ଭୁବନେଶ୍ୱର (ବାଘୁଆବାର୍ତ୍ତା): ବିପୁଳ ପରିମାଣର ବିଦେଶୀ ମଦ ଜବତ । ଅବକାରୀ ଓ ପୁଲିସ ମିଳିତ ଚଢ଼ାଉକରି ୬୦ ଲିଟର ବିଦେଶୀ ମଦ ଜବତ କରିଛନ୍ତି । ଖବର ପାଇ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ମିଳିତ ଭାବେ ମେଡିକାଲ ଛକର ମାତୃ ଶକ୍ତି ଅଣ୍ଡା ଦୋକାନର ମାଲିକ ଭିକାରୀ ସୁବୁଦ୍ଧିଙ୍କ ଘରେ ମିଳିତ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଘରୁ ୧୦ ପେଟି ବିଦେଶୀ ମଦ ଜବତ କରାଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବବୋଲି ଅବକାରୀ ବିଭାଗ କହିଛି । ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ଭିକାରୀ ସୁବୁଦ୍ଧିଙ୍କୁ ଗିରଫ କରିଛି । ସଟ ଡାଉନ ସୁଯୋଗରେ ଅଧିକା ଦର ରେ ବିଦେଶୀ ମଦ ବେଆଇନ ଭାବେ ମହଜୁଦ ରଖି ବିକ୍ରି କରୁଥିବା ନେଇ ଅଭିଯୋଗ ପାଇ ଅବକାରୀ ଓ ପୁଲିସ ମିଶି ଚଢ଼ଉ କରିଥିଲେ ।






