ଆଠଗଡ଼, (ବାଘୁଆବାର୍ତ୍ତା): ଆଠଗଡ଼ରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ । ବିପୁଳ ପରିମାଣର ମଦ ଜବତ ସହ ପୋଚ ନଷ୍ଟ । ସୂଚନାଯୋଗ୍ୟ ଯେ, କଟକ ଅବକାରୀ ଭ୍ରାମ୍ୟମାଣ ଦଳ ଏବଂ ଆଠଗଡ଼ ଅବକାରୀ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ବିପୁଳ ପରିମାଣର ଚୋରା ଦେଶୀ ରନ୍ଧା ମଦ ସହିତ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି । କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଏବଂ ପଣସପାଟଣା ପାଇକସାହିରେ ଚଢାଉ କରାଯାଇଥିଲା । ୭୦୦ ଲିଟର ଚୋରା ଦେଶୀ ରନ୍ଧା ମଦ ଏବଂ ୪୨୦୦ ଲିଟର ଗୁଡ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି । ଏ ବାବଦରେ ୨ଟି ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଚଢାଉରେ ୧୦ରୁ ଉର୍ଦ୍ଧ୍ବ ବିଭାଗୀୟ ଅଧିକାରୀ ଏହି ଚଢ଼ାଉରେ ସାମିଲ ଥିଲେ ।





