Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଅର ଦାମ୍ ୧୫ ପ୍ରତିଶତ ବଢ଼ିଲା

by ସଞ୍ଜୟ ସ୍ୱାଇଁ
February 11, 2025
in NATIONAL NEWS, State
ବିଦେଶୀ ମଦ ଜବତ, ଜଣେ ଗିରଫ
157
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବିଅର ପାନ କରୁଥିବା ସମସ୍ତ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା । ବିଅର ଦାମ୍ ୧୫ ପ୍ରତିଶତ ବୃଦ୍ଧି ଘଟିଛି । ଆଜିଠାରୁ ଅର୍ଥାତ ଫେବୃଆରୀ ୧୧ ତାରିଖ ଠାରୁ ବିଅରର ନୂଆ ଦାମ୍ ପ୍ରଭାବୀ ହୋଇଛି । ବିଅରର ଦାମ୍ ବୃଦ୍ଧି ନିଷ୍ପତ୍ତି ହେବା ଫଳରେ ତାହା ଅନେକ ଲୋକଙ୍କୁ ଶକ୍ତ ଝଟକା ଦେଇଛି । ଏଣିକି ବିଅର କିଣିଲେ ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ିବ । ବିଅର କିଣିଲେ ପୂର୍ବରୁ ଲୋକମାନେ ଯେଉଁ ଟଙ୍କା ଦେଉଥିଲେ, ଏବେ ସେମାନଙ୍କୁ ୧୫ ପ୍ରତିଶତ ଅଧିକ ଅର୍ଥ ନିଜ ପକେଟରୁ ଗଣିବାକୁ ପଡ଼ିବ । ସରକାରଙ୍କ ଏହି ନିଷ୍ପତ୍ତି ଏବେ ଅନେକ ଲୋକଙ୍କ ଅସନ୍ତୋଷର କାରଣ ପାଲଟିଛି । ସୂଚନା ମୁତାବକ, ତେଲେଙ୍ଗାନା ସରକାର ବିଅରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଅର ଦାମରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ଅବକାରୀ ନୀତି ଅନୁସାରେ ବିଅରର ସଂଶୋଧନ ଦର ଲାଗୁ କରାଯାଇଛି । ମଦ ବିକ୍ରି ଦ୍ବାରା ରାଜସ୍ବ ବୃଦ୍ଧି କରିବା ଏହି ନିଷ୍ପତ୍ତି ପଛର ଉଦ୍ଦେଶ୍ୟ ରହିଛି । ରାଜ୍ୟ ସରକାର ଅବକାରୀ ଶୁଳ୍କକୁ ସଂଶୋଧନ କରିବା ପରେ ବିଅର ଦାମ୍ ୧୫ ପ୍ରତିଶତ ବୃଦ୍ଧି ଘଟିଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେକ୍ଷ ଫଳରେ ତେଲେଙ୍ଗାନା ଦକ୍ଷିଣ ଭାରତରେ ବିଅର ବ୍ୟବହାରରେ ସବୁଠାରୁ ମହଙ୍ଗା ରାଜ୍ୟ ମଧ୍ୟରେ ସାମିଲ ହୋଇଛି । ବିଅରର ଏହି ଦର ବୃଦ୍ଧି ସହ ବ୍ରାଣ୍ଡ ଆଧାରରେ ବିଅରର ଏକ ନିୟମିତ ୬୫୦ ମିଲିଲିଟର ବୋତଲର ଦାମ ପାଖାପାଖି ୧୭୦-୧୮୦ ଟଙ୍କା ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି । ବିଅରର ଦାମରେ ୧୫ ପ୍ରତିଶତ ବୃଦ୍ଧି ନେଇ ପ୍ରସ୍ତାବ ରଖାଯାଇଥିଲା । ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ଆଜିଠାରୁ ସଂଶୋଧିତ ଦର ଲାଗୁ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!