ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଅବକାରୀ ବିଭାଗ ପକ୍ଷରୁ ସୋମବାର ଦିନ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୩୦.୬ଲିଟର ମଦ ଜବତ୍ କରାଯାଇଛି। ଘଟଣାରେ ଗୋଡିବିଡାର ଅଖିଳ ନାଏକ (୪୫ବର୍ଷ), ତେଣ୍ଡାବାଡିର ପ୍ରହ୍ଲାଦ ପ୍ରଧାନ (୪୨ବର୍ଷ) ଓ କୁଶୁମକଣର ବିରେନ୍ଦ୍ର ବେହେରା(୫୬ବର୍ଷ) କୁଂ ଗିରଫ୍ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଖବର ମିଳିଛି। ଚଢାଉରେ ଅବକାରୀ ଥାନାଅଧିକାରୀ ଭବାନୀ ଶଙ୍କର ବେହେରା ପ୍ରମୂଖ ସାମିଲ ହୋଇଥିଲେ |





