ବ୍ରହ୍ମପୁର, (ବାଘୁଆବାର୍ତ୍ତା): ନକଲି ମଦ ରୋକିବା ଦିଗରେ ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା ମିଳିଛି । ପାଉଁରୁଟି କାରଖାନାରେ ଚଢଉ କରି ନକଲି ମଦ ଜବତ କରିଛି ପୋଲିସ । ଚଢଉରେ ପ୍ରାୟ ୬୦୦ ଲିଟର ନକଲି ମଦ ଜବତ କରାଯାଇଛି । ବିଭିନ୍ନ ବ୍ରାଣ୍ଡର ଲେବେଲ ଲଗାଇ ମଦ ବିକ୍ରି ପାଇଁ ବାହାରକୁ ପଠାଯାଉଥିବା ଜଣାପଡିଛି । ବ୍ରହ୍ମପୁରରେ ନକଲି ମଦ ବିକ୍ରି ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ତେବେ ଶୁକ୍ରବାର ବହ୍ମପୁର ବଡବଜାର ଥାନା ପୋଲିସକୁ ଏଦିଗରେ ବଡ଼ ସଫଳତା ମିଳିଛି। ଫାଷ୍ଟଗେଟ୍ ଓମ୍ ନଗରରେ ଥିବା ଏକ ପାଉଁରୁଟି କାରଖାନାରେ ନକଲି ମଦ ପ୍ରସ୍ତୁତ ହେଉଥିବା ପୋଲିସ ସୂଚନା ପାଇଥିଲା। ଏହାପରେ ପାଉଁରୁଟି କାରଖାନାରେ ଚଢଉ କରି ୧୦ କାର୍ଟୁନ ପାଖାପାଖି ୬୦୦ ଲିଟର ମଦ ଜବତ କରାଯାଇଥିବା ସୂଚନା ଦେଇଛି ପୋଲିସ । ଘଟଣାରେ ତାରିଣୀ ଜେନା ଓ ମିଟୁ ଜେନା ନାମକ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।





