Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଗିଡିଗଲେ ମହିଳା, ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଭାଙ୍ଗିଦେଲେ

by ସଞ୍ଜୟ ସ୍ୱାଇଁ
May 20, 2021
in Business, State
ବିଗିଡିଗଲେ ମହିଳା, ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଭାଙ୍ଗିଦେଲେ
143
VIEWS
Share on FacebookShare on Twitter

ନବରଙ୍ଗପୁର (ବାଘୁଆବାର୍ତ୍ତା): ବିଗିଡିଗଲେ ମହିଳା, ଭାଙ୍ଗିଲେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଭରା ବତଲ । ନବରଙ୍ଗପୁର ଜିଲ୍ଲାରେ କୋରନାର ଭୟବହତା ଭିତରେ ବିଦେଶୀ ମଦ ଦୋକାନକୁ ବିରୋଧ କରାଯାଇଛି । ଗାଁ ଭିତରେ ବିଦେଶୀ ମଦ ଦୋକାନ ଖୋଲାକୁ ନେଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ତାତିଛନ୍ତି । ପେଟି ପେଟି ମଦ ଦୋକାନ ଭିତରୁ ଆଣି ବିଚ ରାସ୍ତାରେ ଭାଙ୍ଗି ଦେଇଛନ୍ତି ଗ୍ରମବାସୀ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଅନ୍ତର୍ଗତ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିବାକୁ ନେଇ ସନ୍ତୋଷପୁର ଗ୍ରାମବାସୀ ଅନେକ ଥର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ । ଜିଲ୍ଲା ପ୍ରଶାସନ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ନେବ ବୋଲି ପ୍ରତିଶୃତି ଦେଇଥିଲା । କିନ୍ତୁ ପ୍ରଶାସନର ପ୍ରତିଶ୍ରୁତିର ଅବଧି ସରି ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ବିଦେଶୀ ମଦ ଦୋକାନ ବନ୍ଦ ନକରିବାରୁ ଆଜି ଗ୍ରାମର ଶତାଧିକ ପୁରୁଷ-ମହିଳା ବିଦେଶୀ ମଦ ଦୋକାଳ ଭିତରେ ପଶି ମଦ ସବୁ ବାହାର କରି ଭଙ୍ଗାରୁଜା କରିଛନ୍ତି । ସନ୍ତୋଷପୁର ଗ୍ରାମ ଠାରେ ବହୁ ବର୍ଷ ହେଲା ଗୋଟିଏ ବିଦେଶୀ ମଦ ଦୋକାନ ଖୋଲାଯାଇଛି । ଉକ୍ତ ଦୋକାନଟି ମଙ୍ଗଳ ବିଭାଗ ଆଶ୍ରମ ସ୍କୁଲର ଅତି ନିକଟରେ ରହିଛି । ଏହାସହ ଗ୍ରାମର ମଧ୍ୟ ଭାଗରେ ଉକ୍ତ ଦୋକାନ ଖୋଲାଯାଇଛି । ଏହା ଦ୍ୱାରା ଉକ୍ତ ବିଦେଶୀ ଦୋକାନରେ ମଦୁଆଙ୍କ ଭିଡ ଜମୁଥିବା ବେଳେ ସ୍କୁଲ ଯାଉଥିବା ଛାତ୍ରୀମାନଙ୍କୁ ଅନେକ ସମୟରେ ମଦୁଆଙ୍କ ଅଶ୍ଳୀଳ ବ୍ୟବହାରର ସାମ୍ନା କରିବାକୁ ପଡୁଛି । ଗାଁ ଭିତରେ ମଦ ଦୋକାନ ଥିବା ହେତୁ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଗାଁରେ ଦିନକୁ ଦିନ ମଦୁଆଙ୍କ ପ୍ରାଦୃଭାବ ବଢ଼ୁଥିବା ବେଳେ ଭବିଷ୍ୟତରେ ଗ୍ରାମର ଅନେକ ଯୁବକ ମଧ୍ୟ ମଦ କବଳରେ ସହଜରେ କବଳିତ ହେବାର ଆଶଙ୍କା ରହିଛି । ଯାହାକୁ ବିରୋଧ କରି ଗ୍ରାମବାସୀ ବହୁତ ଦିନ ହେବ ଉକ୍ତ ବିଦେଶୀ ମଦ ଦୋକାନକୁ ସେଠାରୁ ଉଚ୍ଛେଦ କରିଦେବା ସହ ଗ୍ରାମରୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ । ଏନେଇ ମଧ୍ୟ ଗତ କିଛିଦିନ ତଳେ ଗ୍ରାମର ଶତାଧିକ ଗ୍ରାମବାସୀ ଉକ୍ତ ବିଦେଶୀ ଦୋକାନର କର୍ମଚାରୀଙ୍କୁ ଅଟକ ରଖି ଦୋକାନ ବନ୍ଦ ଦାବିରେ ଆନ୍ଦୋଳନ କରିଥିଲେ । ଖବର ପାଇ କୋଷାଗୁମୁଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ଅଟକ ଥିବା କର୍ମଚାରୀଙ୍କୁ ଛାଡି ଦେଇଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ଆଜି ପୁଣି ଗ୍ରାମର ଶତାଧିକ ମହିଳାଙ୍କ ନେତୃତ୍ୱରେ ଗ୍ରାମର ପୁରୁଷ ମାନେ ଏକତ୍ରିତ ହୋଇ ବିଦେଶୀ ମଦ ଦୋକାନ ଭିତରୁ ମଦ ସବୁକୁ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!