Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରକାରୀ ଜମିରେ ବିଦେଶୀ ମଦ ଦୋକାନକୁ ବିରୋଧ

by ସଞ୍ଜୟ ସ୍ୱାଇଁ
May 3, 2021
in State
ସରକାରୀ ଜମିରେ ବିଦେଶୀ ମଦ ଦୋକାନକୁ ବିରୋଧ
248
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ସାରା ରାଜ୍ୟରେ ସରକାରୀ ଠିପି ବନ୍ଦ ମଦ ଦୋକାନ ଲଟେରି ମାଧ୍ୟମରେ ଆବଣ୍ଟନ ପରେ ଏବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଶୈଲଙ୍ଗ ମଦ ଦୋକାନ ସ୍ଥାପନ ହୋଇଥିବା ଜମିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ମଦ ଦୋକାନ ସ୍ଥାପନ ପାଇଁ ନିର୍ଦ୍ଧାରିତ ସମସ୍ତ ଗାଇଡ ଲାଇନ କୁ ଉଲ୍ଲଂଘନ କରି ଏକ ସରକାରୀ ଜମିରେ କଣ୍ଟେନର ବସାଇ ସଂପୃକ୍ତ ଲିଜଧାରୀ ବ୍ୟବସାୟ ଆରମ୍ଭ କରିବାକୁ ଉଦ୍ୟମ କରୁଥିବାବେଳେ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ସହ ଲିଜଧାରୀ ଜମିପାଇଁ ଚୁକ୍ତିନାମ କରିଛନ୍ତି । ଉକ୍ତ ଚୁକ୍ତିନାମାକୁ ବିଭାଗରେ ଲାଇସେନ୍ସ ପାଇଁ ଦାଖଲ କରିଛନ୍ତି । ହେଲେ ଜମି ମାଲିକ ସହ ଚୁକ୍ତି ହୋଇଥିବା ପ୍ଳଟ ପରିବର୍ତ୍ତେ ଏକ ସରକାରୀ ଜମିରେ କଣ୍ଟେନର ପକାଇ ବ୍ୟବସାୟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଲିଜଧାରୀ । ଅନ୍ୟପଟେ ସେଠାରେ ବହୁପୂର୍ବରୁ ଅତି ନିକଟରେ ଜନବସତି ରହିଛି । ସ୍ଥାନୀୟ ଲୋକେ ଏହାକୁ ଘୋର ବିରୋଧ କରିବା ସହ ଘଟଣାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ କମିସନର, ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଆନନ୍ଦପୁର ଅବକାରୀ ଇନ୍ସପେକ୍ଟରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!