ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢାଉ । ଭୁବନେଶ୍ଵର ସାଲିଆସାହିରେ ଦେଶୀ ମଦ ରନ୍ଧା ଯାଉଥିବା କାରଖାନାରେ ଚଢାଉ କଲା ଅବକାରୀ ବିଭାଗ। ୭ ଅଭିଯୁକ୍ତ ଗିରଫ। ମଦ ରନ୍ଧା ବେଳେ ବ୍ୟବହୃତ ହେଉଥିବା ହାଣ୍ଡି, କେମିକାଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ। ଭୁବନେଶ୍ଵର ସାଲିଆସାହିରେ ଦେଶୀ ମଦ କାରଖାନା ଚାଲିଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ଖବର ପାଇ ଅବକାରୀ ଟିମ୍ ସକାଳୁ ସକାଳୁ ସାଲିଆସାହିରେ ଚଢାଉ କରିଥିଲା। ମଦ ରନ୍ଧା ହେବା ବେଳେ ଅବକାରୀ ବିଭାଗ ଚଢାଉ କରିଥିଲା। ଏହି ସମୟରେ ମଦ ରାନ୍ଧୁଥିବା ୭ ଜଣ ମାଫିଆଙ୍କୁ ଗିରଫ କରିବା ସହ କାରଖାନାକୁ ନଷ୍ଟ କରିଛି ପୋଲିସ। ପୂର୍ବରୁ ମଧ୍ୟ ସାଲିଆସାହିର ନୟାଗଡ ବସ୍ତିରେ ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରିଥିଲା ଟିମ୍ । ହେଲେ ଜେଲରୁ ବାହାରି ପୁଣି ଏହି ଧନ୍ଦା ଚଲାଉଛନ୍ତି ମଦ ମାଫିଆ ।





