ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ଡ. ଅରୁଣ କୁମାର ସାହୁ କରୋନା କବଳରୁ ଆରୋଗ୍ୟ ଲାଭ କରିବା ପାଇଁ ବିଭିନ୍ନ ସ୍ଥାନରେ ଦୀପଦାନଠାରୁ ଆରମ୍ଭ କରି ପାର୍ଥନା କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଅବସରରେ ନୟାଗଡ଼ର କଳା, ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ତରଫରୁ ସାହିତ୍ୟିକମାନଙ୍କ ଦ୍ୱାରା ଏକ ବେଦମନ୍ତ୍ରୀ ପାଠ ଅନୁଷ୍ଠିତ ହୋଇଯାଇଛି । ତଥାସ୍ତୁ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତ ବିଦ୍ୱାନ ବିଜୟ କୁମାର ରଥ ବେଦମନ୍ତ୍ର ପାଠ କରି ଡ. ସାହୁଙ୍କ ଆରୋଗ୍ୟ କାମନା କରିଛନ୍ତି । ଏଥିରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସୁଦର୍ଶନ ପ୍ରଧାନ, ରୀନାବାଳା ଆଚାର୍ଯ୍ୟ, କାଦମ୍ବିନୀ ମହାପାତ୍ର, ନିରଞ୍ଜନ ନାୟକ, ନିର୍ମଳ ଚନ୍ଦ୍ର ଶୂରଦେଓ, ପ୍ରଭାତ ମିଶ୍ର, ରାମକୃଷ୍ଣ ରଥ, ଗୋପୀନାଥ ସେଠୀ, ଗୋକୁଳ କୁମାର ଷଡ଼ଙ୍ଗୀ ପ୍ରମୂଖ ଉପସ୍ଥିତ ଥିଲେ ।






