Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାମାନେ ସୌନ୍ଦର୍ଯ୍ୟ ବୃଦ୍ଧି କରିବାର ଟିପ୍ସ ଜାଣନ୍ତୁ

by ସଞ୍ଜୟ ସ୍ୱାଇଁ
June 23, 2021
in Health, Lifestyle, State
ମହିଳାମାନେ ସୌନ୍ଦର୍ଯ୍ୟ ବୃଦ୍ଧି କରିବାର ଟିପ୍ସ ଜାଣନ୍ତୁ
151
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା): ବୟସ ଅନୁପାତରେ ଅଧିକ ବୟସ୍କା ଲାଗିଲେ ବହୁ ମହିଳା ବ୍ୟସ୍ତ ହୋଇପଡନ୍ତି କିନ୍ତୁ କୌଣସି ଉପାୟ ଅବଲମ୍ବନ କରନ୍ତି ନାହିଁ । ନିଜ ସୌନ୍ଦର୍ୟ୍ୟ ପ୍ରତି ବୀତସ୍ପୃହ ହୋଇ ପଡନ୍ତି । କିନ୍ତୁ ଏଥିପାଇଁ ଆଦୌ ବିବ୍ରତ ନ ହୋଇ ଘରୋଇ ପ୍ରସ୍ତୁ କେତୋଟି ପ୍ରଣାଳୀ ଅବଲମ୍ବନ କରନ୍ତୁ । ଏହାଦ୍ୱାରା ପୁଣି ଅଧିକ ସୌନ୍ଦର୍ୟ୍ୟର ଅଧିକାରିଣୀ ହୋଇ ପାରିବେ । ମୁହଁକୁ ସର୍ବଦା ପରିଷ୍କାର ରଖିବା ଚେଷ୍ଟା କରନ୍ତୁ । ଅଧିକ ଥର ସାବୁନ ବ୍ୟବହାର ନ କରି ଫେଓ ୱାଶରେ ମୁହଁ ସଫା କରନ୍ତୁ । ମଇଳା ନ ରହିଲେ ତ୍ୱଚା ସର୍ବଦା ଉଜ୍ଜ୍ୱଳ ରହିବ । ମୃତ କଣିକା ମଧ୍ୟ ବାହାରିଯିବ । ବେସନ ଦ୍ୱାରା ମଧ୍ୟ ମଇଳା ମୁହଁକୁ ପରିଷ୍କାର କରାଯାଇପାରେ । ଏହା ଅତି ଉତ୍ତମ ପନ୍ଥା । ବିଉଟି ପାର୍ଲର ନ ଯିବା ପାଇଁ ଚାହୁଁଥିଲେ ଘରେ ବସି ଫେସପ୍ୟାକ ପ୍ରସ୍ତୁତ କରନ୍ତୁ । ଏକ ଚାମଚ (ବଡ଼) ମୁଲତାନି ମାଟି, ଏକ ଚାମଚ ଲେମ୍ବୁରସ, କିଛି ସିରକା ବା ଭିନେଗାର ଓ ଗୋଟିଏ ଅଣ୍ଡାର ହଳଦିଆ ଅଂଶକୁ ମିଶାଇ ଫ୍ରିଜରେ ପନ୍ଦର ମିନିଟ ରଖିଦିଅନ୍ତୁ । ତା’ପରେ ତାକୁ ପତଳା ଭାବେ ମୁହଁ ଓ ବେକରେ ଲଗାଇ ଅଧଘଣ୍ଟାଏ ପର୍ୟ୍ୟନ୍ତ ରଖନ୍ତୁ । ଭଲ ରୂପେ ଶୁଖିଯିବା ପରେ ସାମାନ୍ୟ କ୍ଷୀରରେ ତୂଳା ବୁଡାଇ ସଫା କରି ଉଷୁଚମା ପାଣିରେ ମୁହଁ ଠିକ ଭାବେ ଧୋଇ ଦିଅନ୍ତୁତ । ୨୫ ବର୍ଷ ବୟସ ଅତିକ୍ରମ କରିଯିବା ପରେ ଏହି ଫେଶପ୍ୟାକ ନିୟମିତ ଅର୍ଥାତ ସପ୍ତାହରେ ଥରେ କରିବା ଅତି ପ୍ରୟୋଜନ । ଏହାଦ୍ୱାରା ମୁଁହରେ କୌଣସି ପ୍ରକାର ଦାଗ, ବ୍ରଣ, କୁଞ୍ଚିତ ରେଖା ଦେଖିବାକୁ ମିଳିବା ନାହିଁ । ଚେହେରାର କମନୀୟତା ଓ ଉଜ୍ଜ୍ୱଳତା ବୃଦ୍ଧି ପାଇବ । ଯଦି ଘରେ ଫେସିଆଲ କରିବାକୁ ଚାହାନ୍ତି ତେବେ ହର୍ବାଲ କମ୍ପାନୀର ମେସେଜିଂ କ୍ରିମରେ ମେସେଜ କରନ୍ତୁ । ଦୁଇ ହାତରେ ତଳୁ ଅର୍ଥାତ ବେକରୁ ମୁହଁ ଉପରକୁ ଷ୍ଟ୍ରୋକ ଦ୍ୱାରା ମେସେଜ କରନ୍ତୁ । ପନ୍ଦର ମିନିଟ ମେସେଜ ପରେ ସ୍କ୍ରବ ମାରି ପୁଣି ପନ୍ଦର ମିନିଟ ପାଣି ଲଗାଇ ହାତରେ ମେସେଜ କରନ୍ତୁ । ମନେରଖନ୍ତୁ, ଯେପରି ମେସେଜ ତଳୁ ଉପରକୁ ହେବ । ଗାଲ ଉପରେ ହାତର ଚାପ ଅଧିକ ପଡିବା ଉଚିତ । ତା’ପରେ ପୁଣି ପ୍ୟାକ ମାରି ମୁହଁ ଧୋଇ ଦିଅନ୍ତୁ । ଅନ୍ୟ କେହି ଜଣେ ମେସେଜ କରିଦେଲେ ଫେସିଆଲ ଠିକ ଭାବେ ହୋଇଥାଏ । ଏହାଛଡା ଘରେ ଯଦି ବ୍ଳିଚିଂ କରିବାକୁ ଚାହୁଁଥାନ୍ତି ତେବେ ବ୍ଳିଚିଂ କ୍ରିମ ଆଣି ମାରିଦିଅନ୍ତୁ । ଦୁଇ ଚାମଚ (ଛୋଟ) କ୍ରିମରେ ଏକଟିଭେଟର ପାଉଡର ଦୁଇ ଚା’ ଚାମଚ ଆଣି ଗୋଳାଇ ମୁହଁ ଓ ବେକରେ ଭଲ ଭାବେ ଲଗାନ୍ତୁ । ଆଖି ଓ ଓଠକୁ ବାଦ ଦେବେ । କୋଡିଏ ମିନିଟ ପରେ ଧୋଇ ମଣ୍ଡଚାଇଜର କ୍ରିମରେ ମୁହଁ ମେସେଜ କରନ୍ତୁ । ବ୍ଳିଚ କରିବା ଦିନ ଆଉ ସାବୁନ ପ୍ରୟୋଗ କରିବେ ନାହିଁ । ଘରେ ମଧ୍ୟ ବ୍ଳିଚ ପ୍ରସ୍ତୁତ କରିପାରନ୍ତି । ଦୁଇ ବଡ଼ ଚାମଚ ବ୍ଳିଚିଂ ପାଉଡର ଏକ ବଡ଼ ଚାମଚ ହାଇଡ୍ରୋଜେନ ପେରୋକସାଇଡ ଏବଂ ଦୁଇ ବୁନ୍ଦା ଏମୋନିଆକୁ ନେଇ ପେଷ୍ଟ ତିଆରି କରି ମୁହଁ ସହ ବେକରେ ହାରତ କିମ୍ବା ବ୍ରଶ ଦ୍ୱାରା ତଳୁ ଉପରକୁ ଲଗାନ୍ତୁ । କୋଡିଏ ମିନିଟ ପରେ ଥଣ୍ଡା ପାଣିରେ ଭଲଭାବେ ଧୋଇ ଦିଅନ୍ତୁ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!