ନୀଳଗିରି, (ବାଘୁଆବାର୍ତ୍ତା): ଗାଁରେ ପଶିଲା ଭାଲୁ। ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ନୀଳଗିରି ବ୍ଲକ ଅଧିନଗୋପୀନାଥପୁର ଅଞ୍ଚଳର ଆଜି କିଛି ଭାଲୁ ଦିନ ହୋଇଯିବାରୁ ଜଙ୍ଗଲକୁ ଫେରିନପାରି ଗାଁକୁ ପଶିଯାଇଥିଲେ। ମୁକୁନ୍ଦ ରାଉତ ନାମକ ବୃଦ୍ଧ ବିଲରୁ ଫେରୁଥିବା ବେଳେ ତାଙ୍କୁ ଭାଲୁଟି ଅତର୍କିତ ଭାବେ ଆକ୍ରମଣ କରିଥିଲା। ତାଙ୍କ ଜଙ୍ଘରେ ଗୁରୁତର ଆଘାତ ଲାଗିଥିବା ଜଣାପଡିଛି। ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାଲୁଟି ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି।






