ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଅଚଳବସ୍ଥା ଏବଂ ବିଡିଓଙ୍କ ମନମାନୀ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ପଂଚାୟତି ସମିତି ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପାଧ୍ୟକ୍ଷଙ୍କ ଅଭିଯୋଗ ଅନୁସାରେ, ରଣପୁର ପଂଚାୟତ ସମିତି ବୈଠକ ସଠିକ ଭାବରେ ହେଉ ନାହିଁ । ସମିତି ବୈଠକର ରିଜୋଲେସନ୍ କପି ସଭ୍ୟ ସଭ୍ୟାଙ୍କୁ ଦିଆଯାଉ ନାହିଁ । ଏତଦ୍ ବ୍ୟତିତ ପାଇଖାନା ଦୃର୍ନିତୀ କେବଳ କନ୍ଧ ନୟାଗଡ଼ ନୁହେଁ ସମସ୍ତ ପଂଚାୟତରେ ହୋଇଛି । ଏଥିପାଇଁ ବିଡିଓ ନିଜେ ୩ ଶହ ଟଙ୍କା ଲେଖାଏଁ ସେ ଅଭିଯୋଗ କରିଛନ୍ତି । ସରକାରୀ ଗାଡ଼ିକୁ ବ୍ୟବହାର ନକରି ବେସରକାରୀ ଏସି ଗାଡ଼ି ଧରି ବୁଲୁଛନ୍ତି । ବ୍ଲକରେ ୨୦ରୁ ୨୫ ପିସି କାରବାର ହେଉଥିବା ନେଇ ଉପାଧ୍ୟକ୍ଷ କହିଛନ୍ତି । ପ୍ରଧାନମନ୍ତ୍ରୀ ଆବସ ଯୋଜନା ହେଉ କିମ୍ବା ବିଜୁ ପକ୍କା ଘର ଯୋଜନାରେ ୨୦ରୁ ୨୫ ହଜାର ଟଙ୍କା ଲାଂଚ ନିଆଯାଉଥିବା ନେଇ ଖୁଲାସା କରାଯାଇଛି । ପଂଚାୟତ ସମିତିରେ ବିଭିନ୍ନ ଉନ୍ନୟନ ମୂଳକ କମିଟି ଗଠନ କରିବା ପାଇଁ ବିଡିଓ କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି କମିଟି ଗଠନ କରି ନାହାନ୍ତି । ବ୍ଲକ ଅଧ୍ୟକ୍ଷା କିଛି ଜାଣୁ ନଥିବା ବେଳେ ତାଙ୍କୁ ହାତ ବାରିଶ କରି ଅନ୍ୟ ଜଣେ ନେତା କ୍ଷମତାକୁ ଉପଭୋଗ କରୁଛନ୍ତି । ଏହି ଘଟଣାର ଭିଜିଲାନ୍ସ ତଦନ୍ତ କରିବା ସହ ବିଡିଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ରାଜ୍ୟ ସରକାର ୫ଟି ପ୍ରଣୟନ କରିଥିବା ବେଳେ ରଣପୁର ବ୍ଲକରେ ସଠିକଭାବେ କାର୍ଯ୍ୟକାରୀ ହେଉନାହିଁ ବୋଲି ଉପାଧ୍ୟକ୍ଷ କହିଛନ୍ତି । ଅନ୍ୟପକ୍ଷେ ଏହି ଅଭିଯେଗ ସଂମ୍ପର୍କରେ ବିଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।