ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ତିନି ଜଣ ବିଡିଓଙ୍କ ଆଜି ବଦଳି ହୋଇଛି । ଖଣ୍ଡପଡ଼ା ଓ ଭାପୁର ବ୍ଲକ ବିଡିଓଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନକୁ ଅନ୍ୟ ସ୍ଥାନରୁ ବଦଳି ନିର୍ଦ୍ଦେଶ ବାହାରିଛି । ଖଣ୍ଡପଡ଼ା ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ନୂଆଗାଁ ବ୍ଲକକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ପୁରୀ ଜିଲ୍ଲା ବାଲିପାଟଣା ବ୍ଲକ ବିଡିଓ ମିତାଞ୍ଜଳୀ ଦାଶଙ୍କୁ ବଦଳି କରାଯାଇଛି । ସେହିଭଳି ଭାବେ ଭାପୁର ବ୍ଲକ ବିଡିଓ ସତ୍ୟ ସୁନ୍ଦର ଦାଶଙ୍କୁ ମୟୁରଭଞ୍ଜ ଜିଲ୍ଲା କପ୍ତିପଦାକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଗଞ୍ଜାମ ଟିଆର୍ଫ ଆଶିଷ ତ୍ରିପାଠିଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ନୂଆଗାଁ ବିଡିଓ ବିବୁଧ ଗଡ଼ନାୟକ ରାଜସ୍ବ ବିଭାଗକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି।






