Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଚସ୍ପତିଙ୍କ ଦ୍ଵାରା ବର୍ଦ୍ଧିତ ଭତ୍ତା ପ୍ରଦାନ, ବିଧବା ବର୍ଦ୍ଧିତ ଭତ୍ତା ରୁ ବଞ୍ଚିତ

by ସଞ୍ଜୟ ସ୍ୱାଇଁ
January 18, 2025
in Nayagarh, State
ବାଚସ୍ପତିଙ୍କ ଦ୍ଵାରା ବର୍ଦ୍ଧିତ ଭତ୍ତା ପ୍ରଦାନ,  ବିଧବା ବର୍ଦ୍ଧିତ ଭତ୍ତା ରୁ ବଞ୍ଚିତ
198
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୮୦ ବର୍ଷ ରୁ ଉର୍ଦ୍ଧ୍ବ ଓ ଶତକଡା ଅଶୀ ପ୍ରତିଶତ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ମାନଙ୍କ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଉଛି। ରଣପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ବାଚସ୍ପତି ସୁରମା ପାଢୀ ଜାନୁଆରୀ ୧୮ ତାରିଖ ମଧ୍ୟାହ୍ନରେ ବର୍ଦ୍ଧିତ ୩୫୦୦ ଲେଖାଏଁ ଭତ୍ତା ପ୍ରଦାନ କରିଥିଲେ। ହାତରେ ଭତ୍ତା ପାଉଥିବା ୬୩୭ ଜଣଙ୍କ ମଧ୍ୟରୁ ୧୦୦ ଜଣ, ଭିନ୍ନକ୍ଷମ ୫୫ ଜଣଙ୍କ ମଧ୍ୟରୁ ୨ ଜଣ ଓ ମଧୁବାବୁ ପେନସନ ଯୋଜନାରେ ନୁଆ ଭତ୍ତା ୪୨ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ୧ ହଜାର ଲେଖାଏଁ ନଗଦ ଭତ୍ତା ପ୍ରଦାନ କରିଥିଲେ ବାଚସ୍ପତି । ଜାତୀୟ ଯୋଜନା ରେ ଭତ୍ତା ପାଉଥିବା ଲୋକମାନଙ୍କ ବର୍ଦ୍ଧିତ ଭତ୍ତା ବ୍ୟାଙ୍କ ଜମା ଖାତା କୁ ଯିବ ବୋଲି କହିଥିଲେ।

ବାଚସ୍ପତି ଙ୍କ ପୈାରହିତ୍ୟ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ସାଂସଦ ପ୍ରତିନିଧି ଆଇନଜିବୀ ପ୍ରିୟବ୍ରତ ପ୍ରହରାଜ, ମଣ୍ଡଳ ଉନ୍ନୟନ ଅଧିକାରୀ ସୁଧିର କୁମାର ନାୟକ, ଅଧକ୍ଷା ନିର୍ମଳା ବେହେରା, ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ସାମାଜିକ ସୁରକ୍ଷା ଅଧିକାରୀ ନିବେଦିତା ଜାନି ପ୍ରମୂଖ ଯୋଗଦାନ କରିଥିଲେ। ଇନ୍ଦିରା ଗାନ୍ଧୀ ବିଧବା ଭତ୍ତା ଯୋଜନା ରେ ଭତ୍ତା ପାଉଥିବା ବିଧବା ମାନେ ଯୋଯନା ରୁ ବଞ୍ଚିତ ହେଉଛନ୍ତି ବୋଲି ମଣ୍ଡଳ ଉନ୍ନୟନ ଅଧିକାରୀ ନାୟକ ଅଭିଯୋଗ ସହ ଅନେକ ବୃଦ୍ଧ ବୃଦ୍ଧା ଭତ୍ତା ପାଇଁ ବ୍ୟାଙ୍କ କୁ ଯିବାକୁ ଅସୁବିଧା କଥା ବାଚସ୍ପତି ଙ୍କୁ କହିଥିଲେ।

ବାଚସ୍ପତି ଆଗାମୀ ଦିନରେ ଇନ୍ଦିରା ଗାନ୍ଧୀ ବିଧବା ଭତ୍ତା ପାଉଥିବା ହିତାଧିକାରୀ ମାନଙ୍କୁ ବର୍ଦ୍ଧିତ ଭତ୍ତା ଯୋଜନା ରେ ସାମିଲ୍ କରିବା ପାଇଁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ। ବର୍ଦ୍ଧିତ ଭତ୍ତା ଘରକୁ ଘର ଯାଇ ପ୍ରଦାନ କରାଯିବ ଓ ବ୍ୟାଙ୍କ ଜମା ଖାତା କୁ ଯାଉଥିବା ଭତ୍ତା ବ୍ୟାଙ୍କ କର୍ମଚାରୀମାନେ ଘରକୁ ଯାଇ ପ୍ରଦାନ କରିବେ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ପାଇଁ ବୃଦ୍ଧ ବୃଦ୍ଧା ମାନଙ୍କ ଠାରୁ ଆଶିର୍ବାଦ କାମନା କରିଥିଲେ। ବର୍ଦ୍ଧିତ ଭତ୍ତା ରୁ ବଞ୍ଚିତ ହୋଇଥିବା ହିତାଧିକାରୀ କାଗଜପତ୍ର ତନଖି କରି ସେମାନଙ୍କୁ ସାମିଲ୍ କରିବା ପାଇଁ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!