Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିସିସିଆଇର ହେଡ୍ କୋଚ୍ ପାଇଁ ଆସିଛି ଅନେକ ଫର୍ଜି ଆବେଦନ

by ସଞ୍ଜୟ ସ୍ୱାଇଁ
May 28, 2024
in NATIONAL NEWS, Sports
ବିସିସିଆଇର ହେଡ୍ କୋଚ୍ ପାଇଁ ଆସିଛି ଅନେକ ଫର୍ଜି ଆବେଦନ
123
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ବିସିସିଆଇକୁ ଟିମ ଇଣ୍ଡିଆର ହେଡ କୋଚ ପାଇଁ ୩୪୦୦ ଫର୍ଜି ଆପ୍ଲିକେସନ ମିଳିଛି । ଏଥିରେ ବଡ ବଡ ସେଲିବ୍ରିଟିଙ୍କ ନାଁରେ ଦରଖାସ୍ତ ଆସିଛି । ଟିମ ଇଣ୍ଡିଆର ହେଡ କୋଚ ପାଇଁ ଆବେଦନ କରିବାର ଶେଷ ତାରିଖ ମେ ୨୭ ରହିଥିଲା । ଯାଞ୍ଚରେ ବିସିସିଆଇକୁ ଜଣାପଡିଥିଲା କି ତାଙ୍କୁ ନରେନ୍ଦ୍ର ମୋଦୀ, ଅମିତ ଶାହା, ବୀରେନ୍ଦ୍ର ସେହୱାଗ, ଶାହାରୁଖ ଖାନ, ସଚିନ ତେନ୍ଦୁଲକର, ଏମଏସ ଧୋନୀଙ୍କ ବ୍ୟତୀତ କିଛି ଅନ୍ୟ ନାଁ ବି ସାମିଲ ଅଛି । ଯାହାକୁ ବିସିସିଆଇ ଫର୍ଜି ବୋଲି କହିଛି । ବିସିସିଆଇ ପୁରୁଷ କ୍ରିକେଟ ଟିମ ପାଇଁ ମୁଖ୍ୟ କୋଚ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଉ ବିସିସିଆଇ ପାଇଁ ଫର୍ଜି ଆବେଦନ କୌଣସି ନୂଆ କଥା ନୁହେଁ । ଗତଥର ବି ବିସିସିଆଇକୁ ଅନେକ ଫର୍ଜି ଆବେଦନ ମିଳିଥିଲା । ହେଡ କୋଚ ଆବେଦନ ପାଇଁ ବିସିସିଆଇ ଗୁଗୁଲ ଡକ୍ୟୁମେଣ୍ଟ ଫର୍ମ ଅନଲାଇନ ଜାରି କରିଥିଲା । ଯେଉଁଥିପାଇଁ ଅନେକ ଆବେଦନ ଆସିଥିଲା । ବିସିସିଆଇ କହିବାନୁସାରେ, ଆବେଦନ ପ୍ରକ୍ରିୟା ପବ୍ଲିକ ଡୋମେନ ରହିଛି । ଏଥିରେ ଅନେକ ଲୋକ ସହଜରେ ବିସିସିଆଇର ୱେବସାଇଟରେ ଉପଲବ୍ଧ ଥିବା ଫର୍ମକୁ ଭରିଦେଇଛନ୍ତି । ଆଗକୁ ଏହି ସବୁ ଜିନିଷକୁ କମ କରିବା ଦିଗରେ ଚିନ୍ତା କରାଯିବ । ଟିମ ଇଣ୍ଡିଆର ଯିଏ ହେଡ କୋଚ ହେବ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ହେବ । ଯାହା ୧ ଜୁଲାଇ ୨୦୨୪ରୁ ୩୧ ଡିସେମ୍ବର ୨୦୨୭ ଯାଏଁ ରହିବ । ସେହିପରି ଟିମ ଇଣ୍ଡିଆର ଯିଏ ହେଡ କୋଚ ହେବେ ତାଙ୍କ ସହ ୧୪-୧୬ ଜଣିଆ ସପୋର୍ଟ ଟିମ ବି ରହିବ । ଟିମ ଇଣ୍ଡିଆର କୋଚ ହେବାର କଣ ରହିଛି ସର୍ତ୍ତ? । ଆବେଦନକାରୀ ଅତିକମରେ ୩୦ ଟେଷ୍ଟ ମ୍ୟାଚ, ୫୦ ଦିନିକିଆ ମ୍ୟାଚ ଖେଳିଥିବେ, କିମ୍ବା କୌଣସି ଫୁଲ ମେମ୍ବର ଟେଷ୍ଟ ପ୍ଲେଇଙ୍ଗ ନେଲସନର ହେଡ କୋଚ ୨ ବର୍ଷ ପାଇଁ ରହିଥିବେ । କିମ୍ବା କୌଣସି ଆସୋସିଏଟ ସଦସ୍ୟ/ ଆଇପିଏଲ ଟିମ କିମ୍ବା ସମକକ୍ଷ ଇଣ୍ଟରନ୍ୟାସନାଲ ଟିମ/ ଫାଷ୍ଟ କ୍ଲାସ ଟିମ୍/ ନ୍ୟାସନାଲ ଏ ଟିମର ହେଡ କୋଚ ନ୍ୟୁନତମ ୩ବର୍ଷର ଅବଧି ରହିଥିବେ । ବିସିସିଆଇ ଲେବଲ ୩ ସାର୍ଟିଫିକେସନ ସମକକ୍ଷ ହେବା ଦରକାର । ବୟସ ୬୦ ବର୍ଷରୁ କମ ହୋଇଥିବା ଦରକାର ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!