Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିସିସିଆଇର ଫାଇଦା, ଭାରତର କ୍ଷତି

by ସଞ୍ଜୟ ସ୍ୱାଇଁ
June 29, 2021
in NATIONAL NEWS, Sports
ବିସିସିଆଇର ଫାଇଦା, ଭାରତର କ୍ଷତି
92
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଆଇସିସି ଟି୨୦ ବିଶ୍ୱକପ ୟୁଏଇରେ କରିବା ପାଇଁ ସ୍ଥିର କରିଛି । କରୋନା ମହାମାରୀ ଯୋଗୁ ବୋର୍ଡ ଏହି ନିଷ୍ପତି ନେଇଥିବା କହିଛି । ତେବେ ପ୍ରକୃତରେ ଟି୨୦ବିଶ୍ୱକପ ୟୁଏଇକୁ ଶିଫ୍ଟ ହେବା ପଛରେ କରୋନା ଏକମାତ୍ର କାରଣ ? ଏହାର ଉତର ନାଁ, ଏଥିରେ ଅନେକ କାରଣ ଜଡିତ ଅଛି । ଯଦି ଓଭରାଲ ଚିନ୍ତା କରିବା ତାହାହେଲେ ଭାରତରେ ବିଶ୍ୱକପ ଆୟୋଜନ ନ ହେଲେ ବିସିସିଆଇ ମୋଟା ଅଙ୍କର ଲାଭ ପାଇବ । ଟ୍ୟାକ୍ସ ନ ପାଇବା ପରୋକ୍ଷରେ ଭାରତର କ୍ଷତି ହେବ । ବିଶ୍ୱକପ ଭାରତରେ ଆୟୋଜନ ହୋଇଥିଲେ ବୋର୍ଡକୁ ୪୬ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିଥାନ୍ତ । ଏହାର ମୂଲ୍ୟ ପାଖାପାଖି ୯୦୦ କୋଟି ହେବ । ଯଦି ସରକାର କିଛି ଟ୍ୟାକ୍ସ ଛାଡ କରିଥାନ୍ତେ ତାହାହେଲେ ବି ଅତିକମରେ ୨୦୦ କୋଟି ମିଳିଥାନ୍ତା । ଟ୍ୟାକ୍ସ ଛାଡ ନେଇ ବିସିସିଆଇ ଓ ଭାରତ ସରକାର ପୂର୍ବରୁ ମୁହାଁମୁହିଁ ହୋଇ ସାରିଛନ୍ତି । ୨୦୧୬ ଟି୨୦ ବିଶ୍ୱକପ ଆୟୋଜନ ପରଠାରୁ ଏହି ବିବାଦ ଆରମ୍ଭ ହୋଇଛି । ଆଇସିସି, ବିସିସିଆକୁ ସରକାରଙ୍କଠାରୁ ଟ୍ୟାକ୍ସ ଛାଡ କରିବା ପାଇଁ ବ୍ୟବସ୍ଥା କରୁ ବୋଲି କହିଥିଲା । ମାତ୍ର ବିସିସିଆଇ ଅନୁରୋଧ କରିବା ସତ୍ୱେ ଆଂଶିକ ଛାଡ ପାଇଥିଲା । ପରେ ଆଇସିସି ୧୭୬ କୋଟି ଟଙ୍କା ବିସିସିଆଇର ଅଟକ ରଖିଥିଲା । ବିସିସିଆଇ ଭାରତରେ ଏହାକୁ ଆୟୋଜନ କରିଥିଲେ ରାଜ୍ୟ ସଂଘକୁ ପ୍ରତି ମୁକାବିଲା ପାଇଁ ୧କୋଟି ଟଙ୍କା ଦେଇଥାନ୍ତା । ଆଇପିଏଲ ବାବଦକୁ ମଧ୍ୟ ଏହି ଅର୍ଥ ପୈଠ କରାଯାଏ । ଏହା ହିସାକୁ ନେଲେ ବୋର୍ଡକୁ ପ୍ରାୟ ୪୫କୋଟି ଟଙ୍କା ଦେବାକୁ ପଡିଥାନ୍ତା । ବୋର୍ଡ ୨୦୨୦ ଆଇପିଏଲ ୟୁଏଇରେ କରିବା ପାଇଁ ୧୦୦ କୋଟି ଟଙ୍କା ଦେଇଥିଲା । ଏବେ ବିଶ୍ୱକପ ବାବଦକୁ ବୋର୍ଡ ୮୦ରୁ ୯୦ କୋଟି ଟଙ୍କା ଦେବ । ଫିସ ବାବଦକୁ ଭାରତ ତୁଳନାରେ ବିସିସିଆଇକୁ ୨ ଗୁଣା ଅର୍ଥ ୟୁଏଇକୁ ଦେବାକୁ ପଡୁଛି । ମାତ୍ର ଏହି ଖର୍ଚ୍ଚ ସତ୍ୱେ ଟ୍ୟାକ୍ସ ବାବଦରେ ବୋର୍ଡକୁ ଅତି କମରେ ୧୧୦ରୁ ୧୨୦ କୋଟି ଟଙ୍କାର ଫାଇଦା ହେବ । ପ୍ରସାରଣ ରାଇଟ୍ସ ହାତେଇଥିବା ଷ୍ଟାରସ୍ପୋର୍ଟ୍ସକୁ ମଧ୍ୟ ବିଶେଷ କ୍ଷତି ସହିବାକୁ ପଡିବ ନାହିଁ । କାରଣ ପୂର୍ବରୁ ଆଇପିଏଲ ପ୍ରସାରଣ ପାଇଁ ସମସ୍ତ ବ୍ୟବସ୍ଥା କରି ସାରିଥିବ । ୨୦୧୯ ବିଶ୍ୱକପ ଇଂଲଣ୍ଡ ଆୟୋଜନ କରିବା ଫଳରେ ସ୍ଥାନୀୟ ସରକାରଙ୍କୁ ୩୬୦୦ କୋଟିର ଲାଭ ମିଳିଥିଲା । କରୋନା ସମୟରେ ଭାରତରେ ବିଶ୍ୱକପ ଆୟୋଜନ ହୋଇଥିଲେ ଦେଶର ଫାଇଦା ହୋଇଥାନ୍ତା ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!