Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିସିସି ୧୧ତମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ:ମାଣିକାଗୋଡାକୁ ହରାଇ ବାଲିକୁଦିଆ ଚମ୍ପିଆନ୍

by ସଞ୍ଜୟ ସ୍ୱାଇଁ
January 28, 2022
in Nayagarh, Sports
ବିସିସି ୧୧ତମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ:ମାଣିକାଗୋଡାକୁ ହରାଇ ବାଲିକୁଦିଆ ଚମ୍ପିଆନ୍
155
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ୍ ଗଦାଧର ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ବାଲିକୁଦିଆ ଗ୍ରାମରେ ବିସିସି କ୍ରିକେଟ୍ କ୍ଲବର ୧୧ତମ ପଞ୍ଚାୟତ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ୮ଦିନ ଧରି ଚାଲିଥିଲା । ଆଜି ଫାଇନାଲ୍ ମ୍ୟାଚରେ ମାଣିକାଗୋଡା କ୍ରିକେଟ୍ କ୍ଲବ୍ ସହ ଘରୋଇ ଟିମ୍ ବାଲିକୁଦା କ୍ରିକେଟ୍ ସହ ଅନୁଷ୍ଠିତ ହୋଇଥିଲା । ଉଦଯାପନୀକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଦଳକୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ମାଣିକାଗୋଡା କ୍ରିକେଟ୍ କ୍ଲବ୍ ପ୍ରଥମେ ଟସ୍ ଜିତି ବାଲିକୁଦିଆ କ୍ରିକେଟ୍ କ୍ଲବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଘରୋଇ ବାଲିକୁଦିଆ କ୍ରିକେଟ୍ କ୍ଲବ ନିର୍ଦ୍ଧାରିତ ୧୫ ଓଭରରେ ୮ଟି ମୂଲ୍ୟବାନ ୱିକେଟ୍ ହରାଇ ୧୭୪ ରନ୍ କରିବାରେ ସକ୍ଷମ ହୋଇଥିଲା । ତେବେ ଉଦଯାପନୀ ମ୍ୟାଚର ଦ୍ୱିତୀୟ ଇନିସିଂରେ ୧୭୫ ରନର ବିଜୟ ଲକ୍ଷ ନେଇ ମାଣିକାଗୋଡା କ୍ରିକେଟ୍ କ୍ଲବ୍ ପଡିଆକୁ ପ୍ରବେଶ କରିଥିଲା । ହେଲେ ମାଣିକାଗୋଡା କ୍ରିକେଟ୍ କ୍ଲବ୍ ସମସ୍ତ ୱିକେଟ୍ ହରାଇ ୧୨୯ ରନ୍ କରି ପରାଜୟ ବରଣ କରିଥିଲା । ବିସିସି କ୍ରିକେଟ୍ କ୍ଲବର ୧୧ତମ ଟୁର୍ଣ୍ଣାମେଣ୍ଟରେ ବାଲିକୁଦିଆ ଚମ୍ପିଆନ୍ ହୋଇଥିଲା । ରନସ୍ ଅଫ୍ ଦଳକୁ ୩୫୦୦ଟଙ୍କାର ଆର୍ଥିକ ପୁରଷ୍କାର ପ୍ରଦାନ କରାଯାଇଥିବା ବେଳେ ଚମ୍ପିଆନ୍ ଦଳକୁ ୫୫୦୦ଟଙ୍କାର ଆର୍ଥିକ ପୁରଷ୍କାର ପ୍ରଦାନ କରାଯାଇଥିଲା । ଆଜିର ଏହି ମ୍ୟାଚକୁ ଦୁଇ ବରିଷ୍ଠ ଅମ୍ପାୟାର ହରସ କୁମାର ମୁଦୁଲି ଓ ରାକେଶ ପ୍ରଧାନ ପରିଚାଳନା କରିଥିଲେ । ଉଦଯାପନୀ ଦିବସର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ମନ୍ତ୍ରୀ ଡ଼ ସାହୂଙ୍କ ସହ ଗଦାଧର ପ୍ରସାଦ ପଞ୍ଚାୟତର ସରପଞ୍ଚ ପାର୍ଥୀ ଲକ୍ଷ୍ମୀଧର ପାତ୍ର, ସମିତି ପାର୍ଥୀ ମାନଓ ରଂଜନ ମହାପାତ୍ର, ପ୍ରଶନ୍ନ ରଥ, ବାବୁଲି ପ୍ରଧାନ ଓ ବିସିସି କ୍ରିକେଟ୍ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!