ରଣପୁର,(ବାଘୁଆବାର୍ତ୍ତା): ଆଜି ୟୁଥ ଆଣ୍ଡ ୟୁକୋ କ୍ଲବ ଆନୁକୂଲ୍ୟରେ ଜାତୀୟ ସୁରକ୍ଷା ଦିବସ ପାଳିତ ହୋଇ ଯାଇଛି । ବି.ସି. ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରାଙ୍କ ନେତୃତ୍ୱ ରେ ଏକ ସୁରକ୍ଷା ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁ, ବିରୁପାକ୍ଷ ମହାପାତ୍ର, ପ୍ରତିମା ଦେବୀ, ଅଶୋକ କୁମାର ଦାଶଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏଥିରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ପାଇଁ କୁଇଜ ଓ ବକ୍ତୃତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ପିଲାମାନଙ୍କୁ ସମସ୍ତ ନୀତି ନିୟମ ପାଳନ କରି ନିଜକୁ ନିଜେ ସୁରକ୍ଷିତ ରଖିବା ସହିତ ଅନ୍ୟମାନଙ୍କ ସୁରକ୍ଷା ପାଇଁ ପିଲାମାନଙ୍କୁ ବୁଝାଇ ଥିଲେ । ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ନିୟମ ମାନି ଚଳିବା ପାଇଁ ଉପଦେଶ ଦେଇଥିଲେ । ଶିକ୍ଷକ ବିରୁପାକ୍ଷ ମହାପାତ୍ର “ସ୍ୱାସ୍ଥ୍ୟ ହିଁ ସମ୍ପଦ” ବୁଝାଇବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ଶିକ୍ଷକ ଅଶୋକ କୁମାର ଦାଶ ପରିବେଶ ସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ବୁଝାଇ ଥିଲେ । ଶିକ୍ଷୟତ୍ରୀ ପ୍ରତିମା ଦେବୀ ସମସ୍ତ ନିୟମ ପାଳନ କରିବା ପାଇଁ ପିଲାମାନଙ୍କୁ ନେଇ ଶପଥ ପାଠ କରିଥିଲେ ।






