Wednesday, September 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜଧାନୀରେ ଡବଲ ଏନକାଉଣ୍ଟର

by ସଞ୍ଜୟ ସ୍ୱାଇଁ
April 4, 2025
in Crime, State
ରାଜଧାନୀରେ ଡବଲ ଏନକାଉଣ୍ଟର
106
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କ୍ରିମିନାଲଙ୍କ ଆକ୍ସନ ପରେ ପୋଲିସର ରିଆକ୍ସନ। ରାଜଧାନୀ ଭୁବନେଶ୍ବରରେ ଡବଲ ଏନକାଉଣ୍ଟର। ଦୁଇଜଣ ଲୁଟେରାଙ୍କୁ ଏନକାଉଣ୍ଟର କରିଛି ସ୍ପେଶାଲ ସ୍କାର୍ଡ। ଗୁରୁତର ଅବସ୍ଥାରେ ଦୁଇ ଲୁଟେରାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲୁଟେରା ଦ୍ବୟ ବିହାର କଟିହାରରୁ ଆସିଥିବା ଜଣାପଡିଛି। ଦୁଇ ଲୁଟେରାଙ୍କୁ ପୋଲିସ କାବୁ କରିବାକୁ ଯାଉଥିବା ବେଳେ ସେମାନେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ପୋଲିସର ପାଲଟା ଗୁଳିଚାଳନାରେ ଦୁଇଜଣ ଆହତ ହୋଇଥିବା ଜଣାପଡିଛି। ପୋଲିସ ଏନକାଉଣ୍ଟରରେ ଆହତ ଦୁଇ ଲୁଟେରା ହେଲେ ସୋନୁ ଯାଦବ ଓ ମନୀଷ ଯାଦବ। ସମ୍ପୃକ୍ତ ୨ ଜଣଙ୍କୁ ଧରିବାକୁ ଦୀର୍ଘଦିନ ହେବ ଯୋଜନା କରୁଥିଲା ପୋଲିସ । ଗୁଇନ୍ଦା ସୂଚନାକୁ ଆଧାର କରି ଜାଲ ବିଛାଇଥିଲା ପୋଲିସ । ଉଭୟ ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ଅପରାଧୀଙ୍କ ଗୁଳିର ଜବାବ ଗୁଳିରେ ଦେଲା ପୋଲିସ। ଦୁଇ କୁଖ୍ୟାତ ଅପରାଧୀଙ୍କ ନାଁ ରେ ବହୁ ଅପରାଧିକ ମାମଲା ରହିଛି। ୨୦ ମାର୍ଚ୍ଚରେ ଭୁବନେଶ୍ୱର ସମେତ ପୁରୀରେ ଲୁଟ କରି ପୁଣି ବିହାର ଚାଲିଯାଇଥିଲେ। ଏହା ପରେ ପୁଣି ରାଜଧାନୀ ଆସି ବଡ଼ଗଡ଼ ଅଞ୍ଚଳରେ ପୁଣି ଲୁଟ୍ କରିବାକୁ ପ୍ରସ୍ତୁତ ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଧରିବାକୁ ଉଦ୍ୟମ ଵେକେ ପୋଲିସକୁ ଗୁଳିମାଡ଼ କରିଥିଲେ। ଏହାର ଜବାବରେ ପୋଲିସ ପ୍ରଥମେ ବ୍ଲାଙ୍କ ଫାଇରିଙ୍ଗ କରିଥିଲା। ଏହା ପରେ ପୋଲିସ ଦୁର୍ବୁତ୍ତଙ୍କୁ ଏନକାଉଣ୍ଟର କରିଥିଲା। ଦୁଇଟି ବନ୍ଧୁକ ଜବତ କରିଛି ପୋଲିସ। ଅନ୍ୟ କାହାରି ସମ୍ପୃକ୍ତି ରହିଛି ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!