ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଦୀର୍ଘ ୩୭ ବର୍ଷର ଚାକିରି ଜୀବନ ପରେ ବୟନ ଶିଳ୍ପ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀ ଦେବରାଜ ସାହୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଲୋହିଆ ଏକାଡେମୀଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ବୟନଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ବୁଣାକାର ସେବା କେନ୍ଦ୍ର, ଭୁବନେଶ୍ୱରର ଉପନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ୧୯୮୯ରୁ ୨୦୦୯ ପର୍ଯ୍ୟନ୍ତ ବୈଷୟିକ ଅଧିକାରୀ ଭାବେ, ତା’ପରେ ବୟନିକାର ସାଧାରଣ ପରିଚାଳକ ତଥା ସଂପାଦକ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ବୟନିକାର କ୍ୱାଲିଟି କଣ୍ଟ୍ରୋଲ୍ ସେଲ୍ ଗଠନ, କୋଟପାଡ଼ ହସ୍ତତନ୍ତ ବସ୍ତ୍ରକୁ ନିଜ ଜ୍ଞାନକୌଶଳରେ ଭୌଗୋଳିକ ସୂଚକ ଭାବେ ପଂଜୀକୃତ କରାଇଥିଲେ । ବୁଣାକାରମାନଙ୍କ ସୁବିଧା ଅସୁବିଧାରେ ବୁଝିବା ସହିତ ଶ୍ରୀ ସାହୁ ଜଣେ ସରଳ ଅମାୟିକ ସଚ୍ଚୋଟ, ନିଷ୍ଠାପର, ସର୍ବୋପରି ବୁଣାକାରଙ୍କ ଦରଦୀ ବନ୍ଧୁ ଥିଲେ ।





