Wednesday, January 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ରିଜ ନାହିଁ, ଭରସା ସାଜିଛି ବାଉଁଶ ପୋଲ

by ସଞ୍ଜୟ ସ୍ୱାଇଁ
May 22, 2025
in State
ବ୍ରିଜ ନାହିଁ, ଭରସା ସାଜିଛି ବାଉଁଶ ପୋଲ
22
VIEWS
Share on FacebookShare on Twitter

ଘଟଗାଁ, (ବାଘୁଆବାର୍ତ୍ତା): ଗାଁକୁ ବଜାର ଯା ଆସ ପାଇଁ ବ୍ରିଜ୍ଟିଏ ନାହିଁ । ବାଉଁଶ ଧଡ଼ାକୁ ଭରସା କରିଛନ୍ତି ଲୋକେ । ଆଜି ବି ଜୀବନକୁ ବାଜି ଲଗାଇ ବିପଦସଂକୁଳ ସ୍ଥିତିରେ ଯା ଆସ କରୁଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ବାଘୁଆଖମଣ ସାହିର ୧୮ରୁ ଅଧିକ ପରିବାରର ଲୋକେ । ହେଲେ ନା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉଛି ନା ସ୍ଥାନୀୟ ବ୍ଲକ ପ୍ରଶାସନ । କାହା ଆଖିକୁ ବି ଦେଖାଯାଉନି ଲୋକଙ୍କର ଏପରି ଦଶା । ନାଳ ଉପରେ ବ୍ରିଜଟିଏ ନଥିବାରୁ ନିଜସ୍ବ ଉଦ୍ୟମରେ ଲୋକେ ଏପରି ବାଉଁଶ ପୋଲ କରି ଯିବା ଆସିବା କରୁଛନ୍ତି । ନାଳ ପାର ହେଲେ ସ୍କୁଲ, ଡାକ୍ତରଖାନା ଓ ନିତିଦିନିଆ ବଜାରକୁ ଯାଇ ହେବ । ହେଲେ ବର୍ଷା ଦିନ ଆସିଲେ ଅବସ୍ଥା ଆହୁରି ସାଂଘାତିକ ହୁଏ । ବାଉଁଶ ପୋଲରେ ତ ଯା ଆସ କରିହୁଏନି । ୧୫ କିଲୋମିଟର ବୁଲି ପଞ୍ଚାୟତ ଓ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡେ଼ । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ହେଲେ ଗରିବଙ୍କ କଥା ଶୁଣୁଛି କିଏ ? ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଲୋକେ ଏପରି ଦୁର୍ଦ୍ଦଶାରେ ଅଛନ୍ତି । ସ୍ଥାୟୀ ପୋଲଟିଏ ପାଇଁ ଦୀର୍ଘ ଦିନରୁ ଦାବି ହେଉଛି । କିନ୍ତୁ ପ୍ରଶାସନ ଏକ ପ୍ରକାର ସ୍ଥାଣୁ । ସେପଟେ ଏ ନେଇ ବ୍ଲକ୍ ବିଡିଓ ମୁହଁ ଖୋଲିବାକୁ ନାରାଜ ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!