Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୟୁରଭଞ୍ଜ, କେଉଁଝର ଦେଇ ଝାରଖଣ୍ଡକୁ ଯିବ ବାତ୍ୟା

by ସଞ୍ଜୟ ସ୍ୱାଇଁ
May 25, 2021
in State
ମୟୁରଭଞ୍ଜ, କେଉଁଝର ଦେଇ ଝାରଖଣ୍ଡକୁ ଯିବ ବାତ୍ୟା
127
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଘଣ୍ଟାପ୍ରତି ୧୭ କିମି ବେଗରେ ଓଡିଶା ଆଡକୁ ମୁହାଁଉଛି ବାତ୍ୟା ୟାସ ଏହା ପୂର୍ବରୁ ବାତ୍ୟାର ସ୍ଥିତି କେମିତି ରହିଛି ସେନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କୁ ବାତ୍ୟା ସମ୍ପର୍କିତ ସମସ୍ତ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସୂଚନା ଦେଇ ସେ କହିଛନ୍ତି ଯେ ବାତ୍ୟା ‘ୟଶ’ ବର୍ତ୍ତମାନ ପାରାଦ୍ୱୀପ ଠାରୁ ୨୦୦ କିମି ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ରହିଥିବା ବେଳେ ଏହା ଉତ୍ତର-ପଶ୍ଚିମ ଦେଇ ଗତି କରୁଛି । ବାତ୍ୟା ଧାମରାର ଉତ୍ତରରେ ବାହାନଗା ଓ ବାସୁଦେବପୁର ଦେଇ ଯିବାକୁ ଥିବା ବେଳେ ଉତ୍ତର-ପଶ୍ଚିମାଞ୍ଚଳ ମୟୁରଭଞ୍ଜ ଓ କେଉଁଝର ଦେଇ ଓଡିଶାରୁ ଝାରଖଣ୍ଡକୁ ଚାଲିଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଆସନ୍ତାକାଲି ଭୋର ସକାଳ ୮ ଓ ୯ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ଜାରି କରିବ । ଏହି ସମୟରେ ପାଖାପାଖି ପବନର ବେଗ ୧୫୦-୧୫୫ ରହିବ । ସେହିପରି ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଗତକାଲି ଠାରୁ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ପାରାଦ୍ୱୀପରେ ଅଧିକ ବର୍ଷା ହୋଇଛି । ପରାଦ୍ୱୀପରେ ପ୍ରାୟ ୧୧୦ ମିଲିମିଟର ହୋଇଛି ବୋଲି ଏସଆରସି ଦେଇଛନ୍ତି । ସେହିପରି ବାତ୍ୟା ପ୍ରବାହରେ ଆଜି ରାତି ସାରା ବର୍ଷା ରହିବା ସହିତ ରାତି ୯ ରୁ ୧୦ ଭିତରେ ପବନର ବେଗ ବଢ଼ିବ ବୋଲି ସୂଚନା ଦେଇଛି । ଆସନ୍ତାକାଲି ରାତି ୯ଟା ବେଳକୁ ବାତ୍ୟା ଓଡିଶା ସୀମା ଦେଇ ଚାଲିଯିବ । ଲ୍ୟାଣ୍ଡଫଲ ପଏଣ୍ଟର ଡାହାଣ ଆଡକୁ ୪ ମିଟର ଜୁଆର ଉଠିବାକୁ ଥିବା ବେଳେ ବାମ ପଟକୁ ୨ ରୁ ୩ ମିଟର ଜୁଆର ଉଠିବ । ବର୍ତ୍ତମାନ ରାଜ୍ୟର ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ଏସଆରସି କହିଛନ୍ତି ଯେ ଦିନ ୩ଟା ବେଳ ସୁଦ୍ଧା ଅଢ଼େଇ ଲକ୍ଷରର ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । କଚ୍ଚା ଘରୁ ସମସ୍ତଙ୍କୁ ଆଶ୍ରୟ ସ୍ଥଳକୁ ଅଣାଯିବାର ଯୋଜନା ରହିଛି । ସେହିପରି ଝଡରେ ପ୍ରଭାବିତ ହେବାକୁ ଅଞ୍ଚଳରୁ ସମସ୍ତଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ କାର୍ଯ୍ୟ ଜାରୀ ରହିଛି । ବାଲେଶ୍ୱର ଓ ଭଦ୍ରକ ଏହି ଦୁଇଟି ଜିଳ୍ଲା ଅଧିକ ପ୍ରଭାବିତ ହେବା ସହିତ କେନ୍ଦ୍ରାପଡା, ରାଜନଗର, ରଜକନିକା, ପଟାମୁଣ୍ଡାଇ ଆଦି ଏହି ଅଞ୍ଚଳରେ ବାତ୍ୟା କ୍ଷତି କରିପାରେ ବୋଲି ଏସଆରସି ସୂଚନା ଦେଇଛନ୍ତି । ସେହିପରି ବାତ୍ୟା ବେଳେ କିତରକନିକା ଏରସମା ଓ ପାରଦ୍ୱୀପରେ ପବନର ବେଗ ଅଧିକ ରହିବ । ଯେହେତୁ ବାତ୍ୟା କେଉଁଝର, ଆନନ୍ଦପୁର, ଆଠଡିହି ଓ ଠାକୁରମୁଣ୍ଡା ଦେଇ ଯିବ, ତେଣୁ ସେଠାରେ ୯୦-୧୦୦ କିମି ବେଗରେ ପବନ ବହିପାରେ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଏସଆରସି । ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇ ପ୍ରଦୀପ ଜେନା କହିଛନ୍ତି ଯେ ବିଶେଷକରି ପିଇବା ପାଣି ପାଇଁ ଆବଶ୍ୟକ ଅନୁସାରେ ଟ୍ୟାଙ୍କର ଯୋଗାଯିବା ସହିତ ଆବଶ୍ୟକ ଅନୁସାରେ ଜେନେରେଟର ଯୋଗାଯାଇଛି । ତା ସହିତ ବର୍ତ୍ତମାନ ୩୫୬ଟି ଗାଡିରେ ଟ୍ୟାଙ୍କର ଅଛି । ୨୭୦ଟି ମୋବାଇଲ ରିପାୟାର ୟୁନିଟ, ୪୧୦୧୭ଟି ପାଇପ ୱାଟର ସପ୍ଳାଏ ଓ ୧୭୮୬ ପିଭିସି ପାଇପ ସହିତ ଉପଯୁକ୍ତ ପରିମାଣରେ ପମ୍ପ ସେଟ ଆଦି ରହିଛି । ତା ସହିତ ଯେତେଗୁଡିଏ ଟାଙ୍କି ରହିଛି ସବୁଗୁଡିକୁ ଫୁଲ କରି ରଖାଯିବ ବୋଲି ଏସଆରସି କହିଛନ୍ତି । ସେହିପରି ଶକ୍ତି ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛଇ । ବିଭାଗ ପକ୍ଷରୁ ୧୦ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ୨୬-୨୭ ହଜାର ପୋଲ, ୩୦୦୦ କିମି ତାର, ୧୨୦୦ ଟ୍ରାନ୍ସଫର ମଧ୍ୟ ଫିଲ୍ଡକୁ ଯାଇ ସାରିଲାଣି । ୫୨ ଏନଡିଆରଏପ ଟିମ, ୬୦ ଓଡ୍ରାଫ ଟିମ, ୨୦୬ ଫାୟାର ସର୍ଭିସ ଟିମ, ଫରେଷ୍ଟ ଡିପାର୍ଟମେଣ୍ଟର ୮୬ଟି ଟ୍ରି-କଟର ଟିମ ରହିଛନ୍ତି । ଏସବୁକୁ ମିଶାଇ ମୋଟ ୪୦୪ଟା ଟିମ ନିଆଯାଇଛି । ଯେଉଁଥିରେ ପାଖାପାଖି ୪ ହଜାର ଲୋକ ଫିଲ୍ଡରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ଏସଆରସି । ସେହିପରି ପୂର୍ତ୍ତ ବିଭାଗ, ଗ୍ରାମ୍ୟଉନ୍ନୟନ ବିଭାଗ ଓ ଜଳସମ୍ପଦ ବିଭାଗକୁ ମିଶାଇ ୬୦୦ରୁ ଅଧିକ ଇଞ୍ଜିନିୟରିଂ ଟିମ ରଖାଯାଇଛି । ଯେଉଁଥିରେ ହାଇୱା, କଟର ଆଦି ବ୍ୟବସ୍ଥା ରଖାଯାଇଛି । ଯେଉଁ ଏରିଆରେ ବାତ୍ୟାର ପ୍ରଭାବ କମ ରହିବ ଯଥା ଗଞ୍ଜାମ, ପୁରୀ ଆଜି ସେଠାରୁ ଆମେ ଅତିରିକ୍ତ ଜେନେରେଟର ସେଟ ଓ ପାଖାପାଖି ୩୦୦ ଆସ୍କା ଲାଇଟ ବାଲେଶ୍ୱର, ପଜ୍ରକ ଓ କେନ୍ଦ୍ରାପଡା ଜିଲ୍ଲାକୁ ପଠାଯାଇଛି । ଲାଇଟ କଯିବା ମାତ୍ରେ ଏସବୁର ବ୍ୟବହାର ହେବ ବୋଲି ଏସଆରସି କହିଛନ୍ତି । ୪୫୦୦ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସିଫ୍ଟ କରାଯାଉଛି । ସେମାନଙ୍କ ମଧ୍ୟରୁ ଆଜି ସକାଳ ସୁଦ୍ଧା ୪୦୦ ମହିଳା ଜନ୍ମ ଦେଇ ସାରିଲେଣି । ବାକିଙ୍କୁ ହସପିଟାଲ ପଠାଯାଉଛି । ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ କୋଭିଡ ହସପିଟାଲ ଗୁଡିକରେ ମରାମତି କରାଯିବ ସହିତ ସବୁ ବ୍ୟବସ୍ଥା କରାଯାଉଛି ବୋଲି ଏସଆରସି ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!