ଆନନ୍ଦପୁର, (ବାଘୁଆବାର୍ତ୍ତା): ରାଜ୍ୟ ସରକାର ବାତ୍ୟା ପାଇଁ ବିଭିନ୍ନ ପ୍ରଚାର ପ୍ରସାର କରୁଛନ୍ତି । ବିଭିନ୍ନ ଲୋକଙ୍କୁ ବିଭିନ୍ନ ସ୍ଥାନରୁ ସ୍ଥାନାନ୍ତାରିତ କରୁଛନ୍ତି କିଛି ଅମାନିଆ ସରକାରଙ୍କ ନିତୀନିୟମକୁ ମାନୁନାହାନ୍ତି । ରାଜ୍ୟ ସରକାର ଯେଉଁ ଜିରୋ କାଜୁଆଲଟି ରଖିଛନ୍ତି ଏହି ଅମାନିଆଙ୍କ ଲାଗି ସବୁ ଅଙ୍କ ଭୁଲ ହେଉଛି । ଏହାରି ମଧ୍ୟରେ ବାତ୍ୟା ‘ୟଶ’ରେ ପ୍ରଥମ ମୃତ୍ୟୁ ଘଟିଛି । ବାତ୍ୟାର ପ୍ରଭାବରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ବାତ୍ୟା ଲ୍ୟାଣ୍ଡଫଲ କରିବା ପୂର୍ବରୁ ଆଜି ସକାଳୁ ଏହି ଘଟଣା ଘଟିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଳକ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ପଂଚୁପଲ୍ଲା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ପାଖରେ ଥିବା ମଠରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ବରଗଛ ଡାଳ ଭାଙ୍ଗି ତାଙ୍କ ମୁଣ୍ଡରେ ପଡିଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ପଠାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।






