Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଥାନା ପରିସରରୁ ଅଭିଯୁକ୍ତ ଚମ୍ପଟ

by ସଞ୍ଜୟ ସ୍ୱାଇଁ
November 15, 2022
in Crime, State
ଥାନା ପରିସରରୁ ଅଭିଯୁକ୍ତ ଚମ୍ପଟ
34
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଥାନା ପରିସରରୁ ଅଭିଯୁକ୍ତ ଚମ୍ପଟ । ପୁରୀ ବାସେଳୀ ସାହି ଥାନାରେ ଘଟିଛି ଏଭଳି ଘଟଣା । ଗତ ୧୩ ତାରିଖ ରବିବାର ଦିନ ଏକ ପୁରୁଣା ମାମଲାରେ ଅଭିଯୁକ୍ତ ବାବୁନା ଭୋଇକୁ ବାସେଳୀ ସାହି ଥାନା ପୋଲିସ ଗିରଫ କରି ଥାନାରେ ରଖିଥିଲା । ସମ୍ପୃକ୍ତ ଅଭିଯୁକ୍ତକୁ କୋର୍ଟ ଫରଓ୍ବାଡ କରାଯାଇଥାନ୍ତା । ସୁଯୋଗ ଦେଖି ଅଭିଯୁକ୍ତ ବାବୁନା ଥାନା ପରିସରରୁ କାର୍ୟ୍ୟରତ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରି ସେହିଦିନ ରାତିରେ ଖସି ପଳାଇଥିବା ସୂଚନା ମିଳିଛି । ଥାନା ପରିସରରୁ ବାବୁନା ଖସି ପଳାଇଥିବା ନେଇ ଥାନାରେ ଅନ୍ୟ ଏକ ମାମଲା ରୁଜୁ କରିଛନ୍ତି ଡ୍ୟୁଟି ଅଧିକାରୀ । ବାସେଳୀ ସାହି ଥାନା ଭଳି ଚର୍ଚ୍ଚିତ ଥାନା ପରିସରରୁ ଅଭିଯୁକ୍ତ ଚମ୍ପଟ ମାରିବା ଭଳି ସମ୍ବେଦନଶୀଳ ଘଟଣା ଏବେ ସହରର ଗଳିକନ୍ଦିରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସର ଅବହେଳା ନା ଦାୟିତ୍ୱ ହିନତା ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ । କାରଣ ଯେତେବେଳେ ପୁରୀ ଭଳି ଏକ ଐତିହ୍ୟ ନଗରୀରେ ଅଶାନ୍ତର ବାତାବରଣ ସୃଷ୍ଟି ହେଉଥିବାବେଳେ ଅପରାଧ ଦୈନିକ ବଢିବାରେ ଲାଗିଛି । ଅନେକ ଘଟଣା ଭିଆଇ ଅପରାଧି ଚମ୍ପଟ ମାରୁଥିବାବେଳେ ପୋଲିସ ହାତ ଖାଲି ରହୁଛି । ଖୋଜି ଖୋଜି ନୟାନ୍ତ ହେଉଛି ପୋଲିସ । କିନ୍ତୁ ଅନ୍ୟପଟେ ଖୋଦ ଅପରାଧି ବା ଅଭିଯୁକ୍ତ ଥାନା ପରିସରରୁ, ପୋଲିସ ବଳୟ ଭିତରୁ ଖସିଯିବା ଏହା ପୁରୀ ଅଞ୍ଚଳରେ ଅସହଜ ସାଜିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!