Friday, August 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋ ସ୍ୱାମୀଙ୍କୁ ଆକ୍ରମଣ, ମୋତେ ରେଫ୍ ଧମକ୍, ଜିଲ୍ଲାପାଳଙ୍କୁ ଫେରାଦ୍

by ସଞ୍ଜୟ ସ୍ୱାଇଁ
March 19, 2021
in Crime, Nayagarh
ମୋ ସ୍ୱାମୀଙ୍କୁ ଆକ୍ରମଣ, ମୋତେ ରେଫ୍ ଧମକ୍, ଜିଲ୍ଲାପାଳଙ୍କୁ ଫେରାଦ୍
1k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଅସହନୀୟ ଦୁର୍ବ୍ୟବହାର କରିବା ସହିତ ଜାତିଆଣ ଆକ୍ଷେପ ଓ ମରଣାନ୍ତକ ଆକ୍ରମଣ କରିବା ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗାତେରୀ ଗ୍ରାମର ବାସନ୍ତୀ ସେଠୀ । ସୂଚନାନୁସାରେ, ନୂଆଗାଁ ଥାନା ମହିପୁର ଫାଣ୍ଡି ଅନ୍ତର୍ଗତ ଗାତେରୀ ଗ୍ରାମର ଲକ୍ଷ୍ମୀଧର ସେଠୀଙ୍କ ପରିରବାରକୁ ଅସହନୀତ ଦୁର୍ବ୍ୟବହାର କରିବା ସହିତ ମରଣାନ୍ତକ ଆକ୍ରମଣ, ଜାତିଆଣ ଆକ୍ଷେପ ଗ୍ରାମର କିଛି ବ୍ୟକ୍ତି କରିଥିଲେ । ଏହାକୁ ନେଇ ଚଳିତ ବର୍ଷ ଜାନୁୟାରୀ ୧୨ତାରିଖରେ ଲକ୍ଷ୍ମୀଧର ସେଠୀଙ୍କ ସ୍ତ୍ରୀ ବାସନ୍ତୀ ସେଠୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ମାନଙ୍କ ନାମରେ ମାମଲା ଋଜୁ କରାଯାଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ । ସେହି ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଶରଣକୁଳ ଥାନା ଆଙ୍ଗିସିଙ୍ଗି ଗ୍ରାମର ଭିକାରୀ ପ୍ରଧାନଙ୍କ ପୁଅ ଧୋବା ପ୍ରଧାନ ଗୁଣ୍ଡା ହୋଇ ଆସି ଘରକୁ ଟେକା ପଥର ମାରିବା ସହିତ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଉଛି । ଗୁରୁବାର ଦିନ ମୋ ସ୍ୱାମୀ ଲକ୍ଷ୍ମୀଧର ସେଠୀକୁ ହାଣିବାକୁ ଗୋଡ଼େଇବାରୁ ପ୍ରାଣ ବିକଳରେ ଜଙ୍ଗଲରେ ପସିଗଲେ ଏବଂ ମୋତେ ରାସ୍ତା ଉପରେ ରେଫ୍ କରିବାକୁ ଧମକ ଦେଉଛି ବୋଲି ଅଭିଯୋଗ ପତ୍ରରେ ବାସନ୍ତି ସେଠୀ ଜିଲ୍ଲାପାଳଙ୍କୁ ଦର୍ଶାଇଛନ୍ତି । ଆସନ୍ତା ୪୮ଘଣ୍ଟା ଭିତରେ ଯଦି ଅଭିଯୁକ୍ତମାନେ ଗିରଫ୍ ନହୁଅନ୍ତି ତେବେ ସୋମବାର ୧୦ଟା ସମୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!