Sunday, September 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ର ମାନ ରଖିଲେ ଆର୍ତ୍ତତ୍ରାଣ…

by Anil Panda
July 29, 2020
in Breaking, Feature News, Nayagarh
ନୟାଗଡ଼ର ମାନ ରଖିଲେ ଆର୍ତ୍ତତ୍ରାଣ…
1.6k
VIEWS
Share on FacebookShare on Twitter

ନୟାଗଡ଼଼,(ବାଘୁଆବାର୍ତ୍ତା): ଆଜି ନୟାଗଡ଼ ଜିଲ୍ଲାର ମାନ ରଖିଛନ୍ତି ବୈାଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଆର୍ତ୍ତତ୍ରାଣ ପ୍ରଧାନ । ଜଣେ ପ୍ରସୂତି ମହିଳା ସୁନାଖଳା ବସଷ୍ଟାଣ୍ଡରେ ଛୁଆ ଜନ୍ମ କରି ଅସହାୟ ଅବସ୍ଥାରେ ପଡ଼ି ରହିଥିବା ବେଳେ ଆର୍ତ୍ତତ୍ରାଣ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଅଂଚଳରେ ପ୍ରଶଂସାର ପାତ୍ର ହୋଇଥିବା ବେଳେ ନୟାଗଡ଼ର ମାନ ରଖି ପାରିଛନ୍ତି । ସୂଚନାନୁସାରେ, ଗତକାଲି ରାତିରେ ତାଙ୍କର ପ୍ରସବ ବେଦନା ହେବାରୁ ରଣପୁର ଅଂଚଳର ଜଣେ ମହିଳା ୧୦୨ ଆମ୍ବୁଲାନ୍ସକୁ ଫୋନ କରି ଡାକ୍ତରଖାନା ଆସିଥିଲେ । ଆମ୍ବୁଲାନ୍ସ ତାଙ୍କୁ ଆଣି ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚାଇବା ବେଳକୁ ସେଠାରେ ଡାକ୍ତର ନଥିବା ବେଳେ ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟ କର୍ମଚାରୀ କରୋନା ହୋଇଛି କହି ତାଙ୍କୁ ବିଦା କରି ଦେଇଥିବା ଅଭିଯୋଗ ହୋଇଛି । ଫଳରେ ରାତିସାରା ସୁନାଖଳା ବସଷ୍ଟାଣ୍ଡରେ ଛଟପଟ ହୋଇ ଆଜି ସକାଳ ୭ଟା ସମୟରେ ଏକ କନ୍ୟାସନ୍ତାନ୍ତ ଜନ୍ମ ଦେଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ଦେଖା ଯାଇଥିଲା । ଖବରପାଇ ଘଟଣାସ୍ଥଳରେ ବୈାଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଆର୍ତ୍ତତ୍ରାଣ ପ୍ରଧାନ ପହଂଚି ୧୦୮ ଆମ୍ବୁଲାନ୍ସକୁ ଫୋନ କରିବା ସହ ମହିଳାଙ୍କୁ ଉଦ୍ଧାର କରି ପୁଣିଥରେ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିବା ଜଣାଯାଇଛି । ଏହି ଘଟଣା ଆଜି କେବଳ ନୟାଗଡ଼ ଜିଲ୍ଲା ନୁହେଁ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କିଛିଦିନ ତଳେ ଆର୍ତ୍ତତ୍ରାଣ ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ୫୦ ହଜାର ଟଙ୍କାକୁ ସୁରକ୍ଷିତ ଭାବେ ତାଙ୍କୁ ପ୍ରଦାନ କରିବା ସହ ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସିତ କରାଇଥିବା ଜଣାଯାଇଛି । ଆତ୍ରର୍ତ୍ତାଣଙ୍କ ଏଭଳି ପ୍ରୟାଶ ପାଇଁ ତାଙ୍କୁ ‘ବାଘୁଆବାର୍ତ୍ତ’ ତରଫରୁ ଶୁଭେଚ୍ଛା ଓ ଧନ୍ୟବାଦ ପ୍ରଦାନ କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!