ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପଞ୍ଚାୟତ ସମିତି ସଭା ଗୃହରେ ସେତୁବନ୍ଧ ସାହିତ୍ୟ ଅନୁଷ୍ଠାନ ବାର୍ଷିକ ଉତ୍ସବ ସମ୍ପାଦିକା ଉଷାମଣୀ ମିଶ୍ରଙ୍କ ଆବାହକତ୍ୱରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ପୈାର ପରିଷଦ ନିରୁପମା ଖଟେଇ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଡଃ. ସଂଗ୍ରାମକେଶରୀ ସାମନ୍ତରାୟ ଏବଂ ବସିରନ ବିବି, ଡ. ଗୀତାଶ୍ରୀ ପ୍ରିୟମ୍ବଦା, ହାଡିବନ୍ଧୁ ମହାଖୁଡ, ନିରଞ୍ଜନ ନାୟକ, ଗୋଲକ ବିହାରୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ନାଟ୍ୟକାର ରାମଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ ।

ସାହିତ୍ୟ ସମସ୍ତଙ୍କୁ ଖୁସିରେ ରଖେ ଓ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାଏ ବୋଲି ବକ୍ତାମାନେ ଆଲୋଚନା କରିଥିଲେ । ଡଃ. ସଂଗ୍ରାମ କେଶରୀ ସାମନ୍ତରାୟ, ହାଡିବାନ୍ଧୁ ମହାଖୁଡ, ବିଘ୍ନେଶ୍ୱର ବେହେରା, ପ୍ରଫୁଲ ମହାରଣା, ପ୍ରମୋଦ କୁମାର ପାଢ଼ୀ, ହୃଷିକେଶ ପ୍ରଧାନ, ଡ. ଆଶୁତୋଷ ମିଶ୍ର, ସନ୍ତୋଷ କୁମାର ସାହୁ, ମମତା ମଞ୍ଜରୀ ଦେବୀ, ସଶ୍ମିତା ମିଶ୍ରଙ୍କୁ ସେତୁବନ୍ଧ ସମ୍ମାନ ପ୍ରଦାନ କରାଯାଇଛି । ଅନୁଷ୍ଠାନର ସହଯୋଗୀ କେଶବ ଚନ୍ଦ୍ର ରାଉତରାୟ, ଜଗଦିଶ ଚୌଧୁରୀ, ଲିଲିମା ସାହୁଙ୍କ ସମେତ ବହୁ ସଂଖ୍ୟାର କବି ଓଡିଶାର ସବୁ ଦିଗରୁ ଆସି ଯୋଗ ଦେଇଥିଲେ ଶେଷରେ ଗୋପିନାଥ ସେଠୀ ଧନ୍ୟବାଦାର୍ପଣ କରି ସଭା ସାଙ୍ଗ କରିଥିଲେ । ବିନ୍ଦୁଲତା ଷଣ୍ଢ ଓ ନିଳିମା ନନ୍ଦ କବିତା ସଂଯୋଜନା କରିଥିଲେ ।






