ବାଣିଗୋଛା, (ବାଘୁଆବାର୍ତ୍ତା): ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣିଗୋଛା ମଣିନାଗ ବହୁମୂଖୀ ମହାବିଦ୍ୟାଳୟ ଟାକରା ର ଟପ୍ପର ହେଲେ ବର୍ଷାରାଣୀ ସାହୁ । ଏଥିରେ ବର୍ଷା ତାଙ୍କ ପରିବାର ଓ କଲେଜ ର ଅଧ୍ୟାପକ ମାନଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି । ଏଥିସହିତ ବର୍ଷା ଙ୍କ ଏହି ଉତିର୍ଣ୍ଣ ରେ ପରିବାର ବନ୍ଧୁ ବାନ୍ଧବ ସମସ୍ତେ ଖୁସି ଥିବା ଦେଖିବାକୁ ମିଳିଛି । ବର୍ଷା ଙ୍କ ର ଭବିଷ୍ୟତ ରେ ଆଇଏସ କିମ୍ବା ଓଏସ ହେବାର ସ୍ବପ୍ନ ଥିବାବେଳେ ପରିବାର ଆର୍ଥିକ ସ୍ଥିତି ଖରାପ ଥିବାରୁ ଏହି ସ୍ବପ୍ନ ତାଙ୍କର ପୂରଣ ହେବ ନା ନାଇଁ ଭାବି ବର୍ଷା ଏବେ ଚିନ୍ତା ରେ । ବର୍ଷା କଳାରେ ରେ ମଣିନାଗ ବହୁମୂଖୀ ମହାବିଦ୍ୟାଳୟ ରେ ସର୍ବାଧିକ ୫୧୬ ନମ୍ବର ରଖି ଉତିର୍ଣ୍ଣ ହୋଇଥିବା ଜଣା ପଡ଼ିଛି।





