ବାରିପଦା,(ବାଘୁଆବାର୍ତ୍ତା): ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ସାତଭାୟା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାନୀୟ ଘଟଣା ଘଟିଛି । ଏହି ଗ୍ରାମର ବୃଦ୍ଧା ମାଆ ତୁଳସି ସିଂଙ୍କୁ ଦୁଇ ପୁଅ ପିଟି ପିଟି ମାରି ଦେଇଥିବା ଜଣାଯାଇଛି । ତୁଳସୀଙ୍କ ଦୁଇ ପୁଅ ଗୁରୁବାର ରାତିରେ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲେ । ଫଳରେ ମାଆ ତାଙ୍କୁ ଗାଳି ଗୁଲଜ କରିବାରୁ ଉତ୍କ୍ଷୀପ୍ତ ହୋଇ ଦୁଇ ପୁଅ ରବି ଓ ରାଜକିଶୋର ତାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଜଣାଯାଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦୁଇପୁଅଙ୍କୁ ଗିରଫ କରିଛି ।






