ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରବ୍ଲକ ମାଛିପଡ଼ା ବାରିକ ସମାଜ ଗୃହ ଆଜି ଉଦଘାଟିତ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିମାନେ ସାମିଲ ରହିଥିଲେ । ବାରିକ ସମାଜ ବୈଠକ ତଥା ସାମାଜିକ କାର୍ଯ୍ୟ ଅବସରରେ ଏହି ଗୃହକୁ ନିର୍ମାଣ କରାଯାଇଛି । ନୟାଗଡ଼ ପଞ୍ଚାୟତ ସମିତି ଆନୁକୁଲ୍ୟରେ ଗୃହ ନିର୍ମାଣ କରାଯାଇଥିଲା ।






