ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଉତରାପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବନବିଭାଗ ଗିରଫ କରିଛି । ଘରେ ବାରହା ମାଂସ ଆଣି ରୋଷେଇ କରୁଥିବା ବେଳେ କୈାଣସି ସୁତ୍ରରୁ ଖବରପାଇ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ଘଟଣା ସାମନାକୁ ଆସିଛି । ସୂଚନାନୁସାରେ, ରାଉତରାପୁର ଗ୍ରାମର ଗୋବର୍ଦ୍ଧନ ପରିଡ଼ା ଘରେ ବାରହା ମାଂସ ରୋଷେଇ କରୁଥିବା ବେଳେ ନୟାଗଡ଼ ଡେପୁଟି ରେଂଜର ସୁଶାନ୍ତ ସ୍ୱାଇଁ ଏବଂ ବନକର୍ମଚାରୀମାନେ ଚଢ଼ାଉ କରି ଦୁଇ କେଜି ମାଂସ ଜବତ କରିଥିବା ବେଳେ ଗୋବର୍ଦ୍ଧନଙ୍କୁ ଗିରଫ କରିଥିବା ଜଣାଯାଇଛି ।






