Wednesday, April 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ବନ୍ଦ ଲାଗି ଷଡ଼ଯନ୍ତ୍ର ମୁହଁ ଖୋଲିଲେ ସଂଖ୍ୟାଧୂକ କର୍ମଚାରୀ

by ସଞ୍ଜୟ ସ୍ୱାଇଁ
May 20, 2022
in State
ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ବନ୍ଦ ଲାଗି ଷଡ଼ଯନ୍ତ୍ର ମୁହଁ ଖୋଲିଲେ ସଂଖ୍ୟାଧୂକ କର୍ମଚାରୀ
40
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା):୧୯୮୫: ଭଦ୍ରକର ଐତିହ୍ୟ ଓ ସୁନାମ ସୃଷ୍ଟି କରିଥିବା ଉତ୍ତର ଓଡ଼ିଶାର ପ୍ରାଚୀନ ଏବଂ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପାଇଁ କେତେକ କର୍ମଚାରୀ ଷଡ଼ଯନ୍ତ୍ର କରୁଥିବା ନେଇ ଆଜିବହୁ କର୍ମଚାରୀ ଏକ ସମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି । ଭଦ୍ରକର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇ ଜଣାଇଛନ୍ତି ଯେ, ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟର ପରିଚାଳନାଗତ ବିବାଦ କୋର୍ଟର ବିଚାରାଧୀନ ରହିଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସର୍ଭମୂଳେ ଏହାର ପରିଚାଳନା ଦାୟିତ୍ଵ ପରିଚାଳନା କମିଟିକୁ ପ୍ରଦାନ କରିଛି । ସେହି ସର୍ଭଗୁଡ଼ିକ ମଧ୍ୟରେ ଗୋଟିଏ ସର୍ଭ ରହିଛି ଯେ ପରିଚାଳନା କମିଟି ପ୍ରତିମାସ ୭ ତାରିଖ ମଧ୍ୟରେ କର୍ମଚାରୀଙ୍କୁ ଦରମା ପଇଠ କରିବ । ଯାହାକୁ ପରିଚାଳନା କମିଟି ପାଳନ କରି ମହାବିଦ୍ୟାଳୟକୁ ଚଳାଇ ଆସିଥିଲା । ତେବେ ମହାବିଦ୍ୟାଳୟର ଏହି ବିବାଦ ଏବଂ କୋଭିଡ଼ କାରଣରୁ ଛାଛାତ୍ରୀମାନଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ନାମଲେଖା ଏକ ପ୍ରକାର ବନ୍ଦ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଫଳରେ ମହାବିଦ୍ୟାଳୟର ଆର୍ଥିକ ସ୍ଥିତି ଉପରେ ବିଶେଷ ପ୍ରଭାବ ପଡ଼ିଛି । ଯାହା ପାଇଁ ପରିଚାଳନା କମିଟି ଧାର୍ଯ୍ୟ ସମୟରେ ଦରମା ଦେବାକୁ ସକ୍ଷମ ହୋଇ ପାରିନଥିଲା । ସେଥିଲାଗି କିଛି କର୍ମଚାରୀ ଉଚ୍ଚ ନ୍ୟାୟାଳୟରେ ପିଟିସନ (୨୦୮୫/୨୦୧୯) ଦାଖଲ ମଧ୍ୟ କରିଛନ୍ତି । ଯାହାର ଶୁଣାଣୀ ଗତ ଏପ୍ରିଲ ୨୫ ତାରିଖକୁ ଧାର୍ଯ୍ୟ ହୋଇଥିଲା । ମାତ୍ର କିଛି କର୍ମଚାରୀ ସେ ସମୟ ପର୍ଯ୍ୟନ୍ତ ଅପେକ୍ଷା ନକରି ବେଆଇନ ଭାବେ ଅନ୍ୟ କର୍ମଚାରୀଙ୍କୁ ପ୍ରବର୍ତ୍ତାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ଫଶଯକ ଆଗରେ ଗଣଧାରଣାରେ ବସିଥିଲେ । କର୍ମଚାରୀମାନଙ୍କ ଦ୍ବାରା ଉଚ୍ଚ ନ୍ୟାୟାଳୟରେ ଆଗତ ପିଟିସନର ପରବର୍ତୀ ଶୁଣାଣୀ ଆସନ୍ତା ସେପ୍ଟେମ୍ବର ୬ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ମାତ୍ର କମଚାରୀଙ୍କ ଆନ୍ଦୋଳନ ବୁଦ୍ଧିଜୀବୀଙ୍କ ମନରେ ସଂଶୟ ସୃଷ୍ଟି କରିଛି । ଏହି ସବୁ ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା କଲେ କେତେକ ଚକ୍ରାନ୍ତକାରୀଙ୍କ ଦ୍ଵାରା ପ୍ରଭାବିତ ହୋଇ ନଗଣ୍ୟ କର୍ମଚାରୀ ମହାବିଦ୍ୟାଳୟର ଖ୍ୟାତି, ସୁନାମକୁ ବଦ୍‌ନାମ କରିବା ସହ ଛାତ୍ରଛାତ୍ରୀଙ୍କ ନାମଲେଖା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରୁଛନ୍ତି । କେବଳ ସେତିକି ନୁହେଁ ଏହା ଦ୍ଵାରା ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶରେ ବ୍ୟାଘାତ ସୃଷ୍ଟି କରିବା ସହ କର୍ମଚାରୀଙ୍କ ଦରମା ପ୍ରଦାନରେ ମଧ୍ୟ ବାଧା ସୃଷ୍ଟି କରୁଛି । ତେବେ ପ୍ରକାଶ ଥାଉକି, ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ପରିଚାଳନାକୁ ନେଇ ବିକାଶ ରଂଜନ ଜେନା, ବିଜୟ କୁମାର ମହାପାତ୍ର, ଶ୍ରୀକାନ୍ତ ମହାପାତ୍ରଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ୪ଗୋଟି ମାମଲା WPCRL55/2018, WPCPIL NO-3722/19, WPC-12478/16, WPC -12796/ 2016 ରୁଜ କରାଯାଇଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ସବୁ ମାମଲାକୁ ବିଚାର କରି ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଉଚ୍ଚ ନ୍ୟାୟାଳୟର ମାମଲା ବିଚାରାଧୀନ ଥିବା ବେଳେ କିଛି ଉତ୍‌ଶୃଙ୍ଖଳ କର୍ମଚାରୀ ବେଆଇନ ଭାବେ ଧାରଣା ଓ ଧର୍ମଘଟ ଚଳାଇଛନ୍ତି । ଏହାକୁ ବିରୋଧ କରି କଲେଜ ଅଧ୍ୟକ୍ଷ ଏବଂ ବିଭାଗୀୟ ମୁଖ୍ୟମାନେ ଗତ ତା ୧୮/୫୧୨୦୨୨ ରିଖରେ ଜିଲ୍ଲାପାଳ ଭଦ୍ରକଙ୍କୁ ଅବଗତ କରାଇଥିଲେ । ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଚାଲୁ ରହିଥିବା ବେଳେ କିଛି ନ୍ୟସ୍ତ ସ୍ୱାର୍ଥ ହାତ ଗଣତି କର୍ମଚାରୀ ଯେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ସେମାନଙ୍କ ପେଟପାଟଣା ଚିନ୍ତା କମ୍ କଲେଜ ବନ୍ଦ କରିବା କଥା ଅଧିକ ରହୁଛି । ତେଣୁ ଆମ୍ଭେ ଏହାକୁ ଘୋର ବିରୋଧ କରିବା ସହ ନ୍ୟାୟାଳୟର ନ୍ୟାୟକୁ ଅପେକ୍ଷା କରିବା ଆବଶ୍ୟକ ।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!