Wednesday, February 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଦରମଣି ବରାଳ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ

by ସଞ୍ଜୟ ସ୍ୱାଇଁ
October 12, 2020
in Nayagarh
ଆଦରମଣି ବରାଳ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ
305
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ବରିଷ୍ଠ ସମାଜସେବୀ ତଥା ଶିକ୍ଷୟତ୍ରୀ ପ୍ରଫେସର ଆଦରମଣି ବରାଳଙ୍କ ସ୍ମୃତିରେ ଭଚୁଆଲ ପ୍ଲାଟଫର୍ମରେ ଏକ ସ୍ମୃତି ସଭା ଗତ କାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଆଦରମଣିଙ୍କ ସ୍ମୃତିଚାରଣ କରି କହିଥିଲେ ଯେ ପ୍ରଫେସର ବରାଳ ଥିଲେ ଏକାଧାରରେ ଜଣେ ସମାଜସେବୀ, ଶିକ୍ଷୟତ୍ରୀ, ସୁଲେଖିକା, ବାଗ୍ମୀ, ଆକାଶବାଣୀର କଳାକାର, ଅଭିନେତ୍ରୀ । ଏଥି ସହିତ ସେ ମଧ୍ୟ ଥିଲେ ଜଣେ ସୁଗୃହିଣୀ, ସୁପତ୍ନୀ ଓ ସୁମାତା । ତାଙ୍କ ସଂସ୍ପର୍ଶ ରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ଉପରେ ତାଙ୍କର ଗଭୀର ପ୍ରଭାବ ରହିଥିଲା । ଆଦରମଣି ଥିଲେ ଅନନ୍ୟା । ସେ ଥିଲେ ସ୍ନେହ ଓ ଆଦରର ମଣି । ତାଙ୍କ କର୍ମ ଦ୍ୱାରା ସେ ତାଙ୍କର ନାମକୁ ସାର୍ଥକ କରିଯାଇଛନ୍ତି । ଆଦରମଣି ଜନ୍ମ ଗ୍ରହଣ କରିଥିଲେ ୧୯୩୮ ମସିହାରେ । ଗତ ସେପ୍ଟେମ୍ବର ମାସ ୨୪ ତାରିଖରେ ୮୨ ବର୍ଷ ବୟସରେ ତାଙ୍କର ଦେହବସାନ ହୋଇଥିଲା । ସ୍ୱର୍ଗୀୟା ଆଦରମଣିଙ୍କ ପାଇଁ ଅନୁଷ୍ଠିତ ସ୍ମୃତି ସଭାରେ ପ୍ରାୟ ୧୫୦ ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷ ରାଜ୍ୟ ତଥା ରାଜ୍ୟ ବାହାରୁ ଯୋଗଦାନ କରିଥିଲେ । ଏହି ସ୍ମୃତି ସଭାର ଅଧ୍ୟକ୍ଷତା କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ପଟ୍ଟନାୟକ ଓ ସଂଯୋଜନା କରିଥିଲେ ଅନୁରାଧା ମହାନ୍ତି ଓ ଆହୁତି ବରାଳ । ପ୍ରଥମେ ତାଙ୍କ ପାଇଁ ଏକ ମିନିଟର ନିରବ ପ୍ରାର୍ଥନା କରାଯାଇ ଥିଲା । ଏହି ସ୍ମୃତି ସଭାରେ ଆଦରମଣିଙ୍କ ବଡ ପୁଅ ଆକାଶ ବରାଳ ଉପସ୍ଥିତ ଥିଲେ । ଏହି ସଭାରେ ଆଦରମଣି ବରାଳଙ୍କ ସୁପୁତ୍ର ଅଧ୍ୟାପକ ଆଭାସ କୁମାର ବରାଳ ସ୍ୱାଗତ ଭାଷଣ ଦେଇଥିଲେ । ପିକକର ସମ୍ପାଦକ ରଞନ କୁମାର ମହାନ୍ତି ସ୍ମୃତି ଚାରଣ କରି କହିଥିଲେ ଯେ ସେ ଥିଲେ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଓ ତାଙ୍କ ପରି ଜଣେ ଅସାଧାରଣ ବ୍ୟକ୍ତିô ବିରଳ । ତାଙ୍କର ସ୍ମୃତି ଚାରଣ କରି ବରିଷ୍ଠ ପ୍ରଶାସକ ତଥା ଆରଡିସି ଶ୍ରୀଯୁକ୍ତ ନିରଂଜନ ସାହୁ କହିଥିଲେ ଯେ ମା’ ଆଦରମଣି ଥିଲେ ଆତ୍ମବିଶ୍ୱାସରେ ଭରପୁର । ସେ ଖୋର୍ଦ୍ଧାର ଜଣେ ମୁରବି ସ୍ଥାନୀୟ ବ୍ୟକ୍ତି ଥିଲେ । ଓଡିଶା ରିଭ୍ୟୁର ସମ୍ପାଦକ ଆଡ଼ଭୋକେଟ ଡଃ ଲେଲିନି ମହାନ୍ତି କହିଥିଲେ ସେ ଜଣେ ବିରଳ ବ୍ୟକ୍ତିତ୍ୱ ଥିଲେ । ତାଙ୍କର କଥା କହିବାର ଶୈଳୀ ଅତ୍ୟନ୍ତ ନିଆରା ଥିଲା । ତାଙ୍କର ବାଣୀ ମାଧ୍ୟମରେ ସେ ଅନ୍ୟକୁ ପ୍ରଭାବିତ କରିପାରୁଥିଲେ । ପୂର୍ବତନ ବିଧାୟକ ଆଦିକନ୍ଦ ସେଠି କହିଥିଲେ ଅନ୍ୟକୁ ପ୍ରେରଣା ଓ ଉତ୍ସାହ ଦେବାକୁ ସେ ସଦା ତତ୍ପର ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ ଅମୀୟ କୁମାର ମହାନ୍ତି, ରୁବି ରାଉତ, ଡ଼ଃ ସେବା ମହାପାତ୍ର, କସ୍ତୁରୀ ମହାପାତ୍ର, ପିକକର ନିର୍ଦ୍ଦେଶିକା ଡ଼ଃ ମିନାକ୍ଷୀ ପଣ୍ଡା, ସ୍ନେହାପ୍ରଭା ସାମନ୍ତରାୟ, ଦେବୁ ମଜୁମଦାର, ଅରବିନ୍ଦ ମିତ୍ର, ସୁବୋଧ ପଟ୍ଟନାୟକ, ନାଟ୍ୟ ନିର୍ଦ୍ଦେଶକ, ଡଃ ସଙ୍ଗାମିତ୍ରା ମିଶ୍ର, ଜୟକୃଷ୍ଣ ହୋତା, ଡଃ ସଶାଙ୍କ ଶେଖର ରଥ, ଡ଼ଃ ବିଶ୍ୱମୋହିନୀ ମଙ୍ଗରାଜ, ଅଧ୍ୟାପିକା, ମହେନ୍ଦ୍ର କୁମାର ମହାନ୍ତି, ଅଧ୍ୟାପକ, ପ୍ରଫେସର ଡ଼ଃ ଇଶ୍ୱରୀପ୍ରସାଦ ବଡ଼ପଣ୍ଡା, ପ୍ରଫେସର ଶୁଭେନ୍ଦୁ ମହାନ୍ତି, ସବିତା ନାୟକ, ପାଣୁ ବେହେରା ପ୍ରମୁଖ ଉପସ୍ଥିତ ରହି ତାଙ୍କର ସମ୍ରୁତି ଚାରଣ କରିଥିଲେ । ଏହି ସଭାରେ ତାଙ୍କ ଜ୍ୱାଇଁ ପ୍ରତାପ କୁମାର ସାହୁ, ନାତୁଣୀ ଜ୍ୱାଇଁ ରାହୁଲ ଓ ନାତୁଣୀ ପୂର୍ବାଷା ଉପସ୍ଥିତ ରହି ଆଦରମଣୀ ବରାଳଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଅଲୋଚନା କରି ଗଭୀର ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞଳୀ ସଭାରେ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ମରଣିକା ପ୍ରକାଶ ତଥା ଖୋର୍ଦ୍ଧାରେ ତାଙ୍କର ଏକ ପ୍ରତିମୁର୍ତି ସ୍ଥାପନା ପାଇଁ ନିଷ୍ପତି ନିଆଯାଇଥିଲା ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!