Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାରବାଟୀ ଟିକେଟ୍‌ କାଉଣ୍ଟର ବାହାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ହୋଇଥିଲା ଲାଠି ଚାର୍ଜ

by ସଞ୍ଜୟ ସ୍ୱାଇଁ
June 9, 2022
in Sports, State
ବାରବାଟୀ ଟିକେଟ୍‌ କାଉଣ୍ଟର ବାହାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ହୋଇଥିଲା ଲାଠି ଚାର୍ଜ
141
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବାରବାଟୀ ଷ୍ଟାଡିୟମ୍‌ ଟିକେଟ୍‌ କାଉଣ୍ଟରରେ ଧସ୍ତାଧସ୍ତି। କମିଶନରେଟ ପୁଲିସ ପ୍ରଥମେ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଲାଠି ଚାର୍ଜ କରିଥିଲା। ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପୁଣି ଥରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ଜୁନ୍‌ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ସେଥିପାଇଁ ଆଜିଠାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଟିକେଟ ବିକ୍ରି ପାଇଁ ୯ଟି କାଉଣ୍ଟର ଖୋଲା ଯାଇଥିଲା। ପୁରୁଷ ଦର୍ଶକଙ୍କ ପାଇଁ ୭ଟି କାଉଣ୍ଟର କରାଯାଇଥିବା ବେଳେ ମହିଳାଙ୍କ ଲାଗି ୨ଟି ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇଥିଲା। ଗରମ ସାଙ୍ଗକୁ ଗୁଳୁଗୁଳି ଭିତରେ ଟିକେଟ୍‌ ନେବା ପାଇଁ ଗତକାଲି ବିଳମ୍ୱିତ ରାତିରୁ ପ୍ରାୟ ୩୦ରୁ ୩୫ ହଜାର ଲୋକ ଧାଡ଼ିରେ ଠିଆ ହୋଇଥିଲେ। ଏହାରି ଭିତରେ କିଛି ମହିଳା ଧାଡି ଭାଙ୍ଗି ପଶି ଯାଉଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଆଉ କିଛି ମହିଳା ଟିକେଟ ନେବା ପାଇଁ ବ୍ୟାରିକେଡ୍‌ ବାହାରେ ଆଉ ଏକ ଲାଇନ୍‌ କରିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଏହାକୁ ନେଇ ମହିଳାମାନଙ୍କ ଭିତରେ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲା। ପୁଲିସ ପ୍ରଥମେ ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ କେହି ବୁଝିବା ସ୍ଥିତିରେ ନଥିଲେ। ସ୍ଥିତି ଅଣାୟତ ହେଉଥିବା ଦେଖି ପୁଲିସ ଲାଠି ଚାର୍ଜ କରିଥିଲା। ତା’ପରେ ସ୍ଥିତିରେ ସୁଧାର ଆସିଛି। ଦୁଇଟି ଲାଇନ୍‌ରେ ମହିଳାମାନେ ଟିକେଟ୍‌ ନେଉଥିବା ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ, ପୂର୍ବରୁ ଅନ୍‌ଲାଇନରେ ୫୦୦୦ ଟିକେଟ୍ ବିକ୍ରି ହୋଇଥିବା ବେଳେ ଓଡ଼ିଶା କ୍ରିକେଟ୍‌ ଆସୋଶେସନ୍‌ (ଓସିଏ) ଅନୁବନ୍ଧିତ କ୍ଲବ, ସ୍କୁଲ, ଆସୋସିଏସନ ପାଇଁ ୮୦୦୦ ଟିକେଟ୍ ବିକ୍ରି ହୋଇଥିଲା। ଆଉ ୧୨୦୦୦ ଟିକେଟ୍ ଆଜି କାଉଣ୍ଟରରେ ବିକ୍ରି କରାଯିବାର ଥିଲା। ହେଲେ କାଉଣ୍ଟର ଆଗରେ ଟିକେଟ ନେବା ପାଇଁ ୩୦ରୁ ୩୫ ହଜାର ଲୋକ ଛିଡ଼ା ହୋଇଥିଲେ। ପର୍ୟ୍ୟପ୍ତ ପରିମାଣରେ ଟିକେଟ୍‌ ନଥିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଆଲୋଚନା ହେଉଛି। ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୫୦ରୁ ୬୦ ପ୍ରତିଶତ ଟିକେଟ ବିକ୍ରି ସରିଲାଣି। ତଥାପି ବହୁ କ୍ରିକେଟ୍‌ ପ୍ରେମୀ କାଉଣ୍ଟର ଆଗରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!