Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଟକ ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମ

by ସଞ୍ଜୟ ସ୍ୱାଇଁ
December 17, 2023
in Sports, State
କଟକ ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମ
154
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ ଖର୍ଚ୍ଚ ହେବ ୬୦୦ ରୁ ୭୦୦ କୋଟି। ବିସିସିଆଇ ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ହେବ ଏହି ନବୀକରଣ କରାଯିବ । ଏଥିପାଇଁ ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ଡିପିଆର। ଏନେଇ ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକ-ଏଜିଏମ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବ ଓସିଏ। ବାରବାଟୀ ଜମି ଅଲମ୍ପିକ ଆସୋସିଏସନ ଓ ଓସିଏ ଉଭୟ କ୍ରୀଡା ସଙ୍ଗଠନ ନାମରେ ଚୁକ୍ତି ପାଇଁ ଅନୁରୋଧ କରାଯିବ । ବାରବାଟୀ ଷ୍ଟାଡିୟମରେ ଉପଲବ୍ଧ ହେବ ସମସ୍ତ ଅନ୍ତର୍ଜାତୀୟ ସୁବିଧା ସୁଯୋଗ। ବାରବାଟୀ ହେବ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମ। ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସଂପାଦକ ସଂଜୟ ବେହେରାଙ୍କ ସମେତ ସମସ୍ତ ସଦସ୍ୟ ବୈଠକରେ ସାମିଲ ଥିଲେ । ବାରବାଟୀ ଷ୍ଟାଡିୟମକୁ ନୂଆ କରି ଗଢିବାକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପ୍ରସ୍ତାବ ରଖିବ ଓସିଏ। ଏନେଇ ରିପୋର୍ଟ ଚୂଡାନ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଓସିଏ କର୍ମକର୍ତ୍ତା। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି । ଓସିଏ ଏଜିଏମ ବୈଠକରେ ବାରବାଟୀରେ ମ୍ୟାଚ ଆୟୋଜନ ନେଇ ବିଶେଷ ଭାବେ ଆଲୋଚନା ମଧ୍ୟ କରାଯାଇଛି। ବାରବାଟୀରେ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତାବ ଦିଆଯାଇଛି। ଟେଷ୍ଟ ମ୍ୟାଚ ପାଇଁ ଆଇସିସିର ଅନୁମତି ଆବଶ୍ୟକ। ଏ ନେଇ ବିସିସିଆଇ ସଂପାଦକଙ୍କୁ ଜଣାଇ ଦିଆଯାଇଛି। ଆଇସିସି ର ଏକ ଟିମ ବାରବାଟୀ ଷ୍ଟାଡିୟମ ଓ ଅନ୍ୟ ବ୍ୟବସ୍ଥା ବୁଲି ଏଥିପାଇଁ ରିପୋର୍ଟ ଦେବେ। ବାରବାଟୀରେ ଦିନିକିଆ ଓ ଟି ଟ୍ବେଣ୍ଟି ରୋଟେସନ ନୀତିରେ ହେବ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!