Tuesday, July 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାହା ଅବହେଳା ପାଇଁ ବାରବାଟୀ ହେଲା ଅନ୍ଧାର

by ସଞ୍ଜୟ ସ୍ୱାଇଁ
February 9, 2025
in Sports, State
କାହା ଅବହେଳା ପାଇଁ ବାରବାଟୀ ହେଲା ଅନ୍ଧାର
282
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବାରବାଟୀରେ ଘୋର ଲଜ୍ଜା । ମ୍ୟାଚ୍ ବେଳେ ଲିଭିଗଲା ପ୍ଲଡ ଲାଇଟ୍ । ୨୮ ମିନଟ୍ ପରେ ବାରବାଟୀକୁ ଆସିଲା ଆଲୁଅ । ଯାହାକୁ ନେଇ ଦର୍ଶକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଏହି ସମୟରେ ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିଲେ । ୩୦୫ ରନର ବିଜୟ ଲକ୍ଷ୍ୟ ନେଇ ଧୂଆଁଧାର ବ୍ୟାଟିଂ କରୁଥିଲେ ଦୁଇ ଜଣ ବ୍ୟାଟ୍ସମ୍ୟାନ୍ । ମ୍ୟାଚ ସ୍ଥଗିତ ରହିବାରୁ ରୋହିତ ଶର୍ମା ତୀବ୍ର ବିରକ୍ତି ପ୍ରକାଶ କରିଥିଲେ। ତା’ ପରେ ଖେଳ ସ୍ଵାଭାବିକ ହୋଇଛି। ଫ୍ଲଡ ଲାଇଟର ବନ୍ଦକୁ ନେଇ ସାରା ବିଶ୍ବରେ ଉଠିଲା ପ୍ରଶ୍ନ । କାହିଁକି ୨୮ ମିନିଟ୍ କଟିଗଲା ଫ୍ଲଡ୍ ଲାଇଟ୍ ? ଷ୍ଟାଡିୟମରେ ଘୋର ଅନ୍ଧାର, ଦର୍ଶକଙ୍କ ପ୍ରଶ୍ନ ଦାୟୀ କିଏ ? କାହିଁକି ଅନ୍ଧାର ହେଲା ବାରବାଟୀ ? ଅନ୍ତର୍ଜାତୀୟ ମ୍ୟାଚରେ ଅଧଘଣ୍ଟା କେମିତି କଟିଗଲା ଲାଇଟ୍ ? ଭ୍ରମଣକାରୀ ଦଳ ଇଂଲଣ୍ଡ ସହ ମ୍ୟାଚକୁ ହାଲୁକା ଭାବେ ନିଆଯାଇଥିଲା କି ? ଦୀର୍ଘ ୫ ବର୍ଷ ପରେ ବାରବାଟୀକୁ ମିଳିଥିଲା ମ୍ୟାଚ୍, କିଏ କଲା ଅବହେଳା ? ପୂର୍ବରୁ ବୋତଲ ଫିଙ୍ଗା ଫୋପଡାକୁ ନେଇ ବଦନାମ୍ ହୋଇଥିଲା ବାରବାଟୀ । ଏବେ ଇଣ୍ଡିଆ-ଇଂଲଣ୍ଡ ଟକ୍କର ବେଳେ କାହିଁକି ଅନ୍ଧାର ହେଲା ଷ୍ଟାଡିୟମ୍ ? କ୍ରିକେଟ ଇତିହାସରେ ଯୋଡ଼ିହେଲା ବାରବାଟୀ କଳଙ୍କ । ରୋହିତଙ୍କ ଦମଦାର ପ୍ରଦର୍ଶନ ବେଳେ କଟିଗଲା ଲାଇଟ୍ । ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ଦର୍ଶକ, ସମସ୍ତଙ୍କ ମନରେ କ୍ଷୋଭ । ଓଡ଼ିଶାର ସମ୍ମାନ ବିଶ୍ବ ଦରବାରରେ କାହିଁକି ହେଲା ଅବନମିତ ? ଫ୍ଲଡ ଲାଇଟର ବନ୍ଦକୁ ନେଇ ଏମିତି ଏନେକ ପ୍ରଶ୍ନ ଉଠିଛି । ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ୍ ରଖିଛି ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରର ଗୋଟିଏ ବଲ ବାକିଥାଇ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ଇଂଲଣ୍ଡ। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ୩୦୫ର ବିଜୟ ଲକ୍ଷ୍ୟ ନେଇ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ ଜାରି ରଖିଛନ୍ତି ଭାରତୀୟ ଖେଳାଳି । ଧୂଆଁଧାର ବ୍ୟାଟିଂ କରୁଛନ୍ତି ରୋହିତ ଶର୍ମା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!