ବାରଙ୍ଗ, (ବାଘୁଆବାର୍ତ୍ତା): ଥମୁନି ବାରରେ ଗଣ୍ଡଗୋଳ । ମାତ୍ର କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହେଲା ବାର୍। ପ୍ରେମୀ ଯୁଗଳଙ୍କୁ ଅସଦାଚରଣ ସହ ହେଲା ସଂଘବଦ୍ଧ ଆକ୍ରମଣ। ଆକ୍ରମଣରେ ଆହତ ହେଲେ ଯୁବତୀ । ଏନେଇ ଥାନାରେ ଲିଖିତ ଅଭିଯୋଗ କଲେ ଯୁବତୀ। ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ଇନ୍ଫୋସିଟି ଥାନା ଅଧୀନରେ ଥିବା ଆଙ୍ଗନ୍ ବାରରେ ଯୁବତୀ ଏବଂ ତାଙ୍କ ପୁରୁଷବନ୍ଧୁଙ୍କୁ ଅସଦାଚରଣ ସହ ହୋଇଛି ସଂଘବଦ୍ଧ ଆକ୍ରମଣ । ଏହି ଆକ୍ରମଣରେ ଯୁବକ ଜଣଙ୍କ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ବାନ୍ଧବୀଙ୍କ ମୁହଁର ବିଭିନ୍ନ ଜାଗାରେ କ୍ଷତ ସୃଷ୍ଟି ହୋଇଛି। ସେପଟେ ଏନେଇ ପ୍ରେମୀ ଯୁଗଳ ପ୍ରଥମେ ପ୍ରାଥମିକ ଚିକିତ୍ସା କରାଇବା ସହ ସ୍ଥାନୀୟ ଇନ୍ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠନ ଗ୍ରହଣ କରାଯାଇନାହିଁ। ତେବେ ବାରମ୍ଵାର ଏପରି ଘଟୁଥିଲେ ସୁଦ୍ଧା ପୁଲିସ୍ ଓ ଅବକାରୀ ବିଭାଗ ଦ୍ଵାରା କୌଣସି ପଦକ୍ଷେପ ନିଆଯାଉନଥିବା ବୁଦ୍ଧଜୀବୀ ମହଲରେ ଚର୍ଚ୍ଚା।





