Tuesday, December 16, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧ମ ବାପୁନି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିଫାଇନାଲରେ ମଶାବାରୀ ଦଳ

by ସଞ୍ଜୟ ସ୍ୱାଇଁ
February 1, 2025
in Nayagarh, Sports, State
୧ମ ବାପୁନି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିଫାଇନାଲରେ ମଶାବାରୀ ଦଳ
164
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅନ୍ତର୍ଗତ ବହୁମୁଖୀ ଇନଡୋର ଷ୍ଟାଡିୟମ ଖେଳ ପଡିଆରେ ଚାଲିଥିବା ପ୍ରଥମ ବାପୁନି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ ତୃତୀୟ କ୍ବାଟର ଫାଇନାଲରେ ମଶାବାରୀ ଦଳ ବାଉଁଶଗାଡ଼ିଆ ଦଳକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି।ଆଜିର ୧ମ ଲିଗ ମ୍ୟାଚ ଏସଆରଏସସି ଓଡ଼ଗାଁ ଓ ମଶାବାରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଟସ୍ ଜିତି ଓଡ଼ଗାଁ ଦଳ ନିର୍ଦ୍ଧାରିତ ୮ ଓଭରରେ ୬ ଉଇକେଟ ହରାଇ ୭୧ ରନ ସଂଗ୍ରହ କରିଥିଲା।ପରେ ମଶାବାରୀ ଦଳ ମାତ୍ର ୫ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିଥିଲା।ଉତ୍ତମ ପ୍ରଦର୍ଶନ ନିମନ୍ତେ ଓଡ଼ଗାଁର ଆଶିଷ କୁମାର ନାୟକ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ।ଠିକ ସେହିପରି ଦ୍ଵିତୀୟ ଲିଗ ଏସଆରଏସସି (ବି) ଓଡ଼ଗାଁ ବନାମ ବାଉଁଶଗାଡ଼ିଆ ମଧ୍ୟରେ ହୋଇଥିଲା।

ଓଡ଼ଗାଁ ‘ବି’ ଦଳ ୮ ଓଭରରେ ୯ ଉଇକେଟ ହରାଇ ୫୭ ରନ ସଂଗ୍ରହ କରିଥିଲା।ଏହାର ପ୍ରତିଜବାବରେ ବାଉଁଶଗାଡ଼ିଆ ଦଳ ମାତ୍ର ୫ ଓଭର ୧ ଗୋଟି ବଲରେ ୩ ଗୋଟି ଉଇକେଟ ବିନିମୟରେ ବିଜୟୀ ସ୍କୋରରେ ପହଂଚିଥିଲା। ୨ ଓଭର ବିନିମୟରେ ୧୩ ରନ ଓ ୨ ଉଇକେଟ ହାସଲ ନିମନ୍ତେ ବାଉଁଶଗାଡ଼ିଆର ଜିତେନ୍ଦ୍ର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।ପରେ ତୃତୀୟ କ୍ୱାଟର ଫାଇନାଲରେ ମଶାବାରୀ ଦଳ କୌଣସି ଉଇକେଟ ନ ହରାଇ ୧୦୮ ରନ ସଂଗ୍ରହ କରିଥିଲା।ବିଜୟୀ ରନକୁ ପିଛା କରି ବାଉଁଶଗାଡ଼ିଆ ୮ ଓଭର ମଧ୍ୟରେ ୪ ଉଇକେଟ ହରାଇ ମାତ୍ର ୭୪ ରନରେ ସୀମିତ ରହିଥିଲା।ମଶାବାରୀ ଦଳର ରାଜକୁମାର ଆଚାର୍ଯ୍ୟ ୨୪ ବଲରେ ୪୧ ରନ ଓ ୧ ଉଇକେଟ ହାସଲ କରି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ।ଆଜିର ମ୍ୟାଚରେ ହିରୋ ସୋ ରୁମ ମ୍ୟାନେଜର ପ୍ରଭାକାର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ବସନ୍ତ କୁମାର ସାହୁ ମ୍ୟାଚ ପରିଚାଳନା କରିଥିଲେ।ମୃତୁଞ୍ଜୟ,ଅନନ୍ତ,ତନ୍ମୟ,ଲିପୁ,ରାମନାଥ ସହଯୋଗ କରିଥିଲେ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!