Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ସ୍ମୃତିରେ ୩୨ତମ ବିଷୁବ ମିଳନ ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ପାଳିତ

by ସଞ୍ଜୟ ସ୍ୱାଇଁ
April 14, 2025
in Nayagarh, State
ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ସ୍ମୃତିରେ ୩୨ତମ ବିଷୁବ ମିଳନ ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ପାଳିତ
132
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ରାଜନେତା, ସାହିତ୍ୟିକ, ଶିକ୍ଷାବିତ୍, ନାଟ୍ୟକାର ସମାଜସେବୀ ତଥା ପୂର୍ବତନ ବିଧାୟକ ନୟାଗଡ଼ ସ୍ୱର୍ଗତ ବଂଶୀଧର ସାହୁଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଚଳିତ ବର୍ଷ ୩୨ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ୨୦୨୫ ବଂଶୀଧର ମହାବିଦ୍ୟାଳୟ, ଇଟାମାଟି ପରିସରରେ ପାଳିତ ହୋଇଯାଇଛି ।

ଅନୁଷ୍ଠାନର ଅଧକ୍ଷ ମନୋଜ କୁମାର ସାହୁଙ୍କ ପରିଚାଳନାରେ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼. ଜ୍ୟୋତି ରଞ୍ଜନ ସାମନ୍ତରାୟ, ମୁଖ୍ୟ ବକ୍ତା ଭାବେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ଆଶୁତୋଷ ମିଶ୍ର, ସମ୍ମାନିତ ଅତିଥିଭାବେ ବଂଶୀଧର ମହାବିଦ୍ୟାଳୟର ଅଧକ୍ଷ ଗୋପୀନାଥ ମାର୍ଥା ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ ଖାଲ୍ଲିକ, ଶିକ୍ଷାବିତ୍ ଅଶୋକ କୁମାର ମଲ୍ଲ ଯୋଗଦେଇ ବଂଶୀଧର ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କବିତା ପାଠୋତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବଂଶୀଧର ବାବୁ ଏଭଳି ଜଣେ ବିରଳ ବ୍ୟକ୍ତିତ୍ୱ ଥିଲେ ଯିଏକି ମାତ୍ର ପାଞ୍ଚବର୍ଷ ବିଧାୟକ ହୋଇ ମଧ୍ୟ ନୟାଗଡ଼ର ଅନେକ ବିକାଶ ମୂଳକ କାର୍ଯ୍ୟ କରିବା ସହିତ ଗଳ୍ପ, କବିତା, ନାଟକ ଓ ଭ୍ରମଣ କାହାଣୀ ଆଦି ଷାଠିଏରୁ ଉର୍ଦ୍ଧ ପୁସ୍ତକ ରଚନା କରି ଓଡ଼ିଶା ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ସଭା ମୁଖ୍ୟ ଭାବେ ବଂଶୀଧର ବାବୁଙ୍କ ସହଧର୍ମିଣୀ ବିଦ୍ୟୁଲତା ସାହୁ ମଞ୍ଚାସିନ ଥିବାବେଳେ ଅନୁଷ୍ଠାନର ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । କବିତା ପାଠୋତ୍ସବକୁ କବି ଗୋପୀନାଥ ସେଠୀ ଓ ଅଧ୍ୟାପିକା ନୀଳିମା ନନ୍ଦ ସଂଯୋଜନା କରିଥିଲେ। ବ୍ୟଙ୍ଗ କଲମ ସମ୍ପାଦକ ତଥା ଅଭିନେତା ରବୀନ୍ଦ୍ର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କବୟିତ୍ରୀ ଡ଼. ସୁକାନ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଯଥା କବୟିତ୍ରୀ କଳ୍ପଲତା ମହାପାତ୍ର (ବେଗୁନିଆପଡା,ଗଞ୍ଜାମ )ଙ୍କୁ “ବଂଶୀଧର ସାରସ୍ୱତ ସମ୍ମାନ” ବିଶିଷ୍ଟ ନାଟ୍ୟ ସଂଗଠନ ଅନିଲ କୁମାର ପାତ୍ର (ବ୍ରହ୍ମପୁର, ଗଞ୍ଜାମ )ଙ୍କୁ “ବଂଶୀଧର ନାଟ୍ୟ ସମ୍ମାନ”, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ,ନୟାଗଡ଼ଙ୍କୁ “ବଂଶୀଧର ପତ୍ରକାର ସମ୍ମାନ “, କବୟତ୍ରୀ ହରପ୍ରିୟା ଦ୍ୱିବେଦୀଙ୍କୁ “ବଂଶୀଧର ସାହିତ୍ୟ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପରମ୍ପରା ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ସୁରଦେଓ, ଡ଼. ରଙ୍ଗନାଥ ବେହେରା, କବି ଗୋଲକ ନାୟକ, ଗାଳ୍ପିକ ଲଳିତ ମୋହନ ମିଶ୍ର, କବୟିତ୍ରୀ ଶୁକ୍ମିଣୀ ଆନନ୍ଦ, କବି ଦେବେନ୍ଦ୍ର ପରମଗୁରୁ, ବ୍ୟଙ୍ଗ କବି ଘରବୁଡ଼ା ପ୍ରତାପ କୁମାର ସାହୁ , ଅଧ୍ୟାପକ ଦିବାକର ରାଉତ, ରୀନାବାଳା ସାହୁ, ସୁଜାତା ସାହୁ,ବରିଷ୍ଠ କିରାଣୀ ସୂର୍ଯ୍ୟ ନାରାୟଣ ପ୍ରଧାନ, ବଂଶୀବାବୁଙ୍କ ସୁପୁତ୍ର ମାନସ ରଞ୍ଜନ ସାହୁ, ମଧୁସୂଦନ ସାହୁ, ମନ୍ମଥ ସାହୁ, ଝିଅ ମୋନାଲିଶା ସାହୁ, ଏବଂ ଦୀପକ ସୁନ୍ଦରକା, ସମାଜସେବୀ ଶ୍ରୀଧର ପ୍ରଧାନ, କଣ୍ଠଶିଳ୍ପୀ ତାନସେନ ରଫି କିଶୋର ସିଂ, ପ୍ରହଲ୍ଲାଦ ସାହୁ, ଅଧିବକ୍ତା ବଂଶୀଧର ରାଉତରାୟ, ତପନ କୁମାର, ନାୟକ, କୃପାସିନ୍ଧୁ ଦାସ, ରମେଶ ଚନ୍ଦ୍ର ମହାରଣା ଏବଂ ମନୋଜ କୁମାର ନାୟକ ଯୋଗ ଦେଇଥିବା ବେଳେ ଶତାଧିକ କବି ଓ କବୟିତ୍ରୀ ସ୍ଵ ରଚିତ କବିତା ପାଠ କରିଥିଲେ। ସମସ୍ତଙ୍କୁ ବେଲ ପଣା ଓ ମଧ୍ୟାହ୍ନ ଭୋଜନ ଦ୍ୱାରା ଆପ୍ୟାୟିତ କରା ଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!