ନୟାଗଡ଼, (ବାଘୁଆବାର୍ତ୍ତା): ବାଣପୁର ଥାନାର ନୂତନ ଆଇଆଇସିଙ୍କୁ ମିଳିଛି ବଡ଼ ସଫଳତା । ଦୁର୍ଦ୍ଦାନ୍ତ ଅପରାଧୀ ଛୋଟୁକୁ ଗିରଫ୍ କରି କୋର୍ଟ ଚାଲାଣ କରିବାରେ ସକ୍ଷମ ହୋଇଛନ୍ତି ଆଇଆଇସି ଜୟ ପ୍ରକାଶ ପରୀଡା । ଦୁର୍ଦ୍ଦାନ୍ତ ଅପରାଧି ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳର ତ୍ରିପତୀ ଗୌଡ(ଛୋଟୁ) । ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବିଭିନ୍ନ ଅପରାଧ ଘଟେଇ ଆସୁଥିଲା ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିପତୀ ଗୌଡ(ଛୋଟୁ) । ବାଣପୁର ଥାନାରେ ନୂଆକରି ଯୋଗ ଦେଇଥିବା ଆଇଆଇସି ଜୟପ୍ରକାଶ ପରୀଡା ଉକ୍ତ ଅପରାଧୀଙ୍କୁ ଗିରଫ୍ କରିବା ପାଇଁ ଜାଲ ବିଛାଇଥିଲେ । ଆଇଆଇସିଙ୍କ ତତ୍ୱବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଛୋଟୁ ର ଗାଁ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ମିଞ୍ଚିପାଟଣା ଗାଁରେ ଚଢାଉ କରି ତ୍ରିପତୀ ଗୌଡ(ଛୋଟୁ)କୁ ଗିରଫ୍ କରିବାରେ ସକ୍ଷମ ହୋଇଥରଲେ । ତେବେ ଛୋଟୁ ନାମରେ ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ବେଳେ ନୟାଗଡ଼ ଜିଲ୍ଲାରେ ରହିଛି ୧୩ଟି ମାମଲା । ଦୁର୍ଦ୍ଦାନ୍ତ ଅପରାଧି ଛୋଟୁକୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ଶ୍ରୀ ପରୀଡା ସୂଚନା ଦେଇଛନ୍ତି ।





