ବାଙ୍କୀ, (ବାଘୁଆବାର୍ତ୍ତା): ଅବସରପ୍ରାପ୍ତ ସୈନିକଙ୍କ ଦୌରାତ୍ମ୍ୟ । ଏସ୍ଆଇଙ୍କୁ ଖଣ୍ଡାରେ ହାଣିଲେ ଯବନା । କଟକ ଜିଲ୍ଲା ବାଙ୍କି ଏନ୍ଏସି ଛକରେ ଘଟିଛି ଅଘଟଣ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆଜି ବାଙ୍କି ଏନ୍ଏସି ଛକ ନିକଟରେ ଖଣ୍ଡା ବୁଲାଉଥିଲେ । ଏହି ସମୟରେ ତାଙ୍କୁ ଅଟକାଇବାକୁ ଯାଇଥିଲେ ବାଙ୍କି ଥାନା ଏସ୍ଆଇ ସମ୍ବତି ସ୍ୱାଇଁ ଏବଂ କନେଷ୍ଟବଳ । କିନ୍ତୁ ଅଟକାଇବା ସମୟରେ ଉଭୟ ଏସ୍ଆଇ ଏବଂ କନେଷ୍ଟବଳ ଆହାତ ହୋଇଥିଲେ । ଯେଉଁଥିରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ବାଙ୍କି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ବାଙ୍କି ଏନ୍ଏସିରେ ଏହି ଘଟଣା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ଚାରିଆଡେ ପାର୍ବଣର ସମୟ ଚାଲିଥିବା ବେଳେ ଦିନ ଦ୍ୱିପହରରେ ବଜାର ଉପରେ ଖଣ୍ଡା ବୁଲାଇବା । ସମସ୍ତଙ୍କୁ ଚକିତ କରିଦେଇଛି ।





