Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାସ୍ତରୀୟ ତ୍ରୈମାସିକ ବ୍ୟାଙ୍କର୍ସ କମିଟିର ପରାମର୍ଶ ସମ୍ବନ୍ଧୀୟ ବୈଠକ

by ସଞ୍ଜୟ ସ୍ୱାଇଁ
March 22, 2021
in Nayagarh
ଜିଲ୍ଲାସ୍ତରୀୟ ତ୍ରୈମାସିକ ବ୍ୟାଙ୍କର୍ସ କମିଟିର ପରାମର୍ଶ ସମ୍ବନ୍ଧୀୟ ବୈଠକ
94
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷ ସୃଜନ ଠାରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ତ୍ରୈମାସିକ ବ୍ୟାଙ୍କର୍ସ କମିଟିର ପରାମର୍ଶ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ସଠିକ୍ ଭାବରେ ଋଣ ଯୋଗାଇବା ସହିତ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଡକୋମେଂଟେସନ୍ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବିଶେଷ କରି ବଳରାମ ଯୋଜନାରେ ହିତାଧିକାରୀଙ୍କୁ ଋଣ ଯୋଗାଇ ଦେବାରେ ତତ୍ପର ହେବା ପାଇଁ ସମସ୍ତ ବ୍ୟାଙ୍କର୍ସମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚାଷ କରାଯାଉଥିବା ଋତୁ ଭିତିରେ ଉଭୟ କୃଷି ଏବଂ ଉଦ୍ୟାନକୃଷି ଫସଲ ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ଋଣ ବଳରାମ ଯୋଜନାରେ ଯୋଗାଇ ଦେବା ପାଇଁ କହିଥିଲେ । ସେହିପରି ଛତୁଚାଷ ଉପରେ ହିତାଧିକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମଧ୍ୟ ସଠିକ୍ ଭାବରେ ଋଣ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ବ୍ୟାଙ୍କର୍ସମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟାନ୍ୟ ଯୋଜନା ଗୁଡ଼ିକରେ ହିତାଧିକାରୀମାନଙ୍କୁ ଋଣ ପ୍ରଦାନ କରିବାରେ ସହଯୋଗର ହାତ ବଢ଼ାଇବା ପାଇଁ ପ୍ରକାଶ କରିଥିଲେ । ଏହାପରେ କାର୍ଯ୍ୟସୂଚୀ ପ୍ରକାରେ ଆଲୋଚନା କରି ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତ ବ୍ୟାଙ୍କର୍ସ ଯତ୍ନବାନ ହେବା ପାଇଁ ବୁଝାଇଥିଲେ । ପରେ ପରେ ଜିଲ୍ଲାପାଳଙ୍କ ଦ୍ୱାରା ବାର୍ଷିକ ଋଣ ଯୋଜନା ଉନ୍ମୋଚନ କରାଯାଇଥିଲା ।
ଏହାପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ବିଭିନ୍ନ ଯୋଜନା ଉପରେ ଆତ୍ମ ନିଯୁକ୍ତି ତାଲିମ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ପ୍ରତିଷ୍ଠାନ ଦ୍ୱାରା ହିତାଧିକାରୀମାନେ ମାଗଣାରେ ବିଭିନ୍ନ ତାଲିମ ପ୍ରାପ୍ତ ହୋଇଥିବା ହିତାଧିକାରୀଙ୍କୁ ସମ୍ମାନୀତ କରାଯାଇଥିଲା । ଉକ୍ତ ପ୍ରତିଷ୍ଠାନ ସଂପର୍କରେ ଅଧିକ ଲୋକାଭିମୁଖି କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅଗ୍ରଣୀ ବ୍ୟାଙ୍କର ମୁଖ୍ୟ ପରିଚାଳକ ଶ୍ରୀ ଚନ୍ଦ୍ରମୋହନ ମୁର୍ମୁ , ରିଜର୍ଭ ବ୍ୟାଙ୍କର ଏଲ.ଡି.ଓ. ଶ୍ରୀ ତାରିଣୀ ଚରଣ ପାଇକ, ନାବାର୍ଡ ବ୍ୟାଙ୍କର ସହାୟକ ପ୍ରବନ୍ଧକ ଶ୍ରୀ ଜୟନ୍ତ କୁମାର ସାହୁ , ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ସ୍ୱାଇଁ ଏବଂ ସମସ୍ତ ବ୍ୟାଙ୍କର କର୍ମକର୍ତା ଉପସ୍ଥିତ ଥିଲେ । ଏହି ବୈଠକକୁ ଅଗ୍ରଣୀ ବ୍ୟାଙ୍କର ମୁଖ୍ୟ ପରିଚାଳକ ଶ୍ରୀ ମୁର୍ମୁ ପରିଚାଳନା କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026
ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!