ରାଇରଙ୍ଗପୁର (ବାଘୁଆବାର୍ତ୍ତା): ନାଇଟ କର୍ଫ୍ୟୁ ଓ ଲକଡାଉନର ସୁଯୋଗ ନେଇ ଦୁର୍ବତ୍ତ ମାନେ ବିଭିନ୍ନ ସ୍ଥାନରେ କଳା କନା ବୁଲାଇବା ଆରମ୍ଭ କଲେଣି । ନାଇଟ କର୍ଫ୍ୟୁର ସୁଯୋଗ ନେଇ ବ୍ୟାଙ୍କରେ ଲୁଟ ଉଦ୍ୟମ ଚଳାଇଥିଲେ ଦୁର୍ବୁତ୍ତ । ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଗିଦିଘାଟି କନାରା ବ୍ୟାଙ୍କ ଶାଖାର କାନ୍ଥ ଭାଙ୍ଗି ଲୁଟ ଉଦ୍ୟମ କରିଥିବା ଖବର ସାମନାକୁ ଆସିଛି । ଦୁଇଜଣ ଦୁର୍ବୁତ୍ତ ରାତି ୨ଟା ବେଳେ ବ୍ୟାଙ୍କର କାନ୍ଥ ଭାଙ୍ଗି ଭିତରକୁ ପଶି ଷ୍ଟ୍ରଙ୍ଗ ରୁମର ୪ଟି ତାଲା ଭାଙ୍ଗି ଟଙ୍କା ଆଲମିରା ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଥିବା ସିସି ଟିଭି କ୍ୟାମେରାରେ କଏଦ ହୋଇଛି । ଆଲମିରା ଭାଙ୍ଗିବା ବେଳେ ବ୍ୟାଙ୍କର ସାଇରନ ବାଜିବା ଫଳରେ ଭୟରେ ଚୋରମାନେ ଫେରାର ହୋଇଯାଇଥିଲେ । ତେବେ ଆଜି ବ୍ୟାଙ୍କ କର୍ମଚାରୀ ମାନେ ତିରିଂ ଥାନାକୁ ଜଣାଇବା ବରେ ପୋଲିସ ସହ ବାରିପଦାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦଳ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କାନ୍ଥ ଓ ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ହାତୁଡି ଓ ଛିନି ଚବତ କରି ପୋଲିସ ତଦନ୍ତ ଜାରି ରଖିଛି ।






