ଓଡ଼ଗାଁ, (ବାଘୁଆବାର୍ତ୍ତା) : କରୋନା ମହାମାରୀ ଏବେ ଜିଲ୍ଲାକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏଭଳି ସ୍ଥିତିରେ ବାହାଡ଼ଝୋଲା ପଂଚାୟରେ ଥିବା ଓଜିବି ବ୍ୟାଙ୍କ କର୍ମଚାରୀଙ୍କ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଯାହାକୁ ନେଇ ବାହାଡ଼ଝୋଲା ସରପଂଚ ବିନୋଦ କୁମାର ସାହୁ ବ୍ୟାଙ୍କକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଆଜିଠାରୁ ୨୧ ତାରିଖ ସଂନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ କରିବା ପାଇଁ ସରପଂଚ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ସମୟ ମଧ୍ୟରେ ଏହାକୁ ବିଶୋଧନ କରାଯିବ ବୋଲି ସୂଚନା ମିଳିଛି ।






