ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଲେଖନ ପୁରସ୍ଥିତ ବୃଦ୍ଧାଶ୍ରମ (ସମର୍ପଣ) ଅନ୍ତେବାସୀମାନଙ୍କୁ ରଜ ସଂକ୍ରାନ୍ତି ପାଳନ ଅବସରରେ ୟୁକୋ ବ୍ୟାଙ୍କର ଅବସରପ୍ରାପ୍ତ ପରିଚାଳକ ସୁରେନ୍ଦ୍ର କୁମାର ମହାପାତ୍ରଙ୍କ ପରିବାର ପକ୍ଷରୁ ଘରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ରଜପିଠା ଏବଂ ରଜପାନ ବଣ୍ଟନ କରାଯାଇଥିଲା । ଅନ୍ତେବାସୀମାନେ ଅତ୍ୟନ୍ତ ଆଗ୍ରହ ସହ ସମସ୍ତଙ୍କ ଗହଣରେ ରଜପିଠାର ମଜା ନେଇଥିଲେ । ଅନ୍ୟମାନଙ୍କ ଗହଣରେ ସମର୍ପର ପରିବାର ପକ୍ଷରୁ ସମାଜବେସୀ ପ୍ରମୋଦ ପଟ୍ଟନାୟକ, ଅରୁଣ କୁମାର ମହାନ୍ତି, ପ୍ରସନ୍ନ କୁମାର ବସନ୍ତିଆ, ଧିରେନ୍ଦ୍ର କୁମାର ପଟ୍ଟନାୟକ, ସିଲୁ ମହାପାତ୍ର ଏବଂ ଚିଣ୍ଟୁ ମହାପାତ୍ର ଉପସ୍ଥିତ ଥିଲେ ।





