Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଜ ଜାଲରେ ନିଜେ ଛନ୍ଦି ହେଲେ ବ୍ୟାଙ୍କ ଅଧିକାରୀ, ନିଜେ ଚୋରି କରି ଅନ୍ୟ ଉପରେ ବୋଳୁଥିଲେ ଅଠା

by ସଞ୍ଜୟ ସ୍ୱାଇଁ
May 20, 2023
in Crime, State
ନିଜ ଜାଲରେ ନିଜେ ଛନ୍ଦି ହେଲେ ବ୍ୟାଙ୍କ ଅଧିକାରୀ, ନିଜେ ଚୋରି କରି ଅନ୍ୟ ଉପରେ ବୋଳୁଥିଲେ ଅଠା
687
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଟଙ୍କା କଲେକ୍ସନ୍ କରି ଲୁଟି ନେଇଥିଲେ । କହିଥିଲେ ଚୋର ନେଇଗଲା । ହେଲେ ପୁଲିସ ତଦନ୍ତ କରିବାବେଳେ ନିଜ ଫାଶରେ ନିଜେ ଛନ୍ଦି ହେଲେ ବ୍ୟାଙ୍କ୍ ଅଧିକାରୀ । ଉଜ୍ଜୀବନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍‌ର ଟଙ୍କା ଲୁଟ୍ ମାମଲାରେ ଅଧିକାରୀ ଓ ତାଙ୍କ ସହଯୋଗୀକୁ ବାନ୍ଧିଛି ଚନ୍ଦନପୁର ଥାନା ପୁଲିସ । ଗିରଫ ୨ ଜଣ ହେଲେ ଏହି ବ୍ୟାଙ୍କ୍‌ର ଗ୍ରାହକ ସମ୍ପର୍କ ଅଧିକାରୀ ଡେଲାଙ୍ଗ ଥାନା ଅଧୀନ ସେବତିପୁରର ସୁଶୀଲ ପ୍ରଧାନ (୨୩) ଓ ତା’ଙ୍କ ସହଯୋଗୀ ସତ୍ୟବାଦୀ ଥାନା ଅଧୀନ ଜୁଇଲୁଣ୍ଡା ଗ୍ରାମର ରଜନୀକାନ୍ତ ଜେନା (୨୩) । ସେମାନଙ୍କଠାରୁ ୧ ଲକ୍ଷ ୯୫ ହଜାର ୧୫୮ ଟଙ୍କା ସହ ଫିଙ୍ଗରପ୍ରିଣ୍ଟ୍ ସ୍କାନର, ମୋବାଇଲ୍ ଓ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମ ଜବତ କରିଛି ପୁଲିସ । ପୁରୀ ଭିଆଇପି ରୋଡ ଠାରେ ରହିଛି ଏହି ବ୍ୟାଙ୍କ୍ । ସଂସ୍ଥାରେ ଗ୍ରାହକ ସମ୍ପର୍କ ଅଧିକାରୀ ଭାବେ କାମ କରୁଥିବା ସୁଶୀଲ ଗତ ୧୭ ତାରିଖରେ ଚନ୍ଦନପୁର ଥାନା ଅଞ୍ଚଳରେ ବାକି ରହିଥିବା ଫାଇନାନ୍ସ ଟଙ୍କା କଲେକ୍ସନ୍ କରିବାକୁ ଯାଇଥିଲେ । ୧ ଲକ୍ଷ ୯୫ ହଜାର ୧୫୮ ଟଙ୍କା କଲେକ୍ସନ୍ କରି ଫେରିବାବେଳେ ବାଟରେ କରିଥିଲେ ଯୋଜନା । ସାଥୀ ରଜନୀକାନ୍ତକୁ ଡାକି ଏହି ଟଙ୍କା ଗାଏବ୍ କରିଥିଲେ । ପରେ ଘଟଣାକୁ ଭିନ୍ନ ମୋଡ଼ ଦେଇଥିଲେ । ଏକ ନାଟକୀୟ ଢଙ୍ଗରେ ଏତଲା ଦେଇ ମାମଲା ରୁଜୁ କରିବା ପାଇଁ ପୁଲିସକୁ ନିବେଦନ କରିଥିଲେ । ବାଙ୍ଗୁରବା-ଭାର୍ଗବୀ ନଦୀ ରାସ୍ତାରେ ଦୁର୍ବୃତ୍ତ ଏହି ଟଙ୍କା ଛଡ଼ାଇ ନେଇଥିଲେ ବୋଲି ବ୍ୟାଙ୍କ୍‌ର ସିଆର୍‌ଏମ୍ (କଷ୍ଟମର୍ ରିଲେସନ୍ ମ୍ୟାନେଜର୍‌) ମାନସ କୁମାର ରାଉଳଙ୍କୁ ଜଣାଇଥିଲେ । ଏନେଇ ସିଆର୍‌ଏମ୍ ଶ୍ରୀ ରାଉଳ ଏତଲା ଦେଇଥିଲେ । ଆଇପିସି ୩୯୪ (ଆକ୍ରମଣ କରି ଲୁଟ୍‌) ବଳରେ ମାମଲା (୧୨୦/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ତଦନ୍ତବେଳେ ପୁଲିସ ନଜରକୁ ଆସିଥିଲେ ସୁଶୀଲ । ସେ ହିଁ ଏହି ଟଙ୍କା ଗାଏବ୍ କରିଥିବା ପୁଲିସ ଜାଣିବାକୁ ପାଇଥିଲା । ପରେ ଧରାପଡ଼ିଥିଲା ରଜନୀକାନ୍ତ । ତାକୁ ପଚରା ଉଚରାବେଳେ ସତ କଥା ସାମ୍ନାକୁ ଆସିଥିଲା । ଶେଷରେ ଉଭୟଙ୍କୁ ବାନ୍ଧିଥିଲା ପୁଲିସ । ମାମଲା ଅନ୍ୟ ଦଫାକୁ ଟର୍ଣ୍ଣ କରିଥିଲା । ଦଫା ବଦଳି ଆଇପିସି ୪୦୮ (କର୍ମଚାରୀଙ୍କ ଦ୍ୱାରା ଅପରାଧିକ ବିଶ୍ୱାସ ଭଙ୍ଗ) ଏବଂ ୧୨୦ (ଖ) (ଅପରାଧିକ ଷଡ଼ଯନ୍ତ୍ର) ଲାଗିଥିଲା । ଏଥିରେ ଉଭୟଙ୍କୁ ଗିରଫ ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛି ପୁଲିସ । ଜାମିନ୍ ନାମଞ୍ଜୁର ହେବା ପରେ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଥିବା କହିଛନ୍ତି ଆଇଆଇସି ସୁମତୀ ମହାନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!