Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ୟାଙ୍କ ସମ୍ପାଦକଙ୍କୁ ହଟାଇବାକୁ ଦାବି

by ସଞ୍ଜୟ ସ୍ୱାଇଁ
May 3, 2025
in State
ବ୍ୟାଙ୍କ ସମ୍ପାଦକଙ୍କୁ ହଟାଇବାକୁ ଦାବି
324
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ୬୬ତମ ବାର୍ଷିକ ସାଧାରଣ ସଭା ଆଜି ନୟାଗଡ଼ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବୀନ୍ଦ୍ର ନାଥ ସାହୁଙ୍କ ଆହ୍ୱାନ କ୍ରମେ ୧୨୫ରୁ ଉର୍ଦ୍ଧ୍ୱ ସମବାୟ ସମିତି ସଭାପତି ଏହି ସଭାରେ ଯୋଗ ଦେଇଥିଲେ । ବ୍ୟାଙ୍କ ସଭାପତି ଶ୍ରୀଯୁକ୍ତ ସାହୁ ସ୍ୱାଗତ ଅବିଭାଷଣ ରଖିଥିଲେ । ଓଏସ୍‌ସିବି ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ ସାଧାରଣ ସଭା ଆହ୍ୱାନ ସମ୍ପର୍କରେ ଆଲୋଚନା ରଖିବା ସହ ପୂର୍ବ ସାଧାରଣ ସଭା ବିବରଣୀକୁ ଦୃଢ଼ି କରଣ କରିବାକୁ ପ୍ରସ୍ତାବ ଦେଇଥିଲେ । ପୂର୍ବ ସାଧାରଣ ସଭା ବିବରଣୀ ଦୃଢି କରଣ କରାଯାଇଥିଲା । ବ୍ୟାଙ୍କ ବଜେଟ ଉପସ୍ଥାପନ ପାଇଁ ବୈଠକରେ ପ୍ରସ୍ତାବ ରହିଥିଲେ ମଧ୍ୟ ବ୍ୟାଙ୍କ ସମ୍ପାଦକ ବୈଠକକୁ ଆସି ତାହା ଉପସ୍ଥାପନ କରିନଥିବାରୁ ବଜେଟ ଅନୁମୋଦନ ହୋଇପାରିବ ନାହିଁ ବୋଲି ପ୍ରସ୍ତାବ ପାରିତ ହୋଇଥିଲା । ଯଦି ବଜେଟ ବିନା ଅନୁମୋଦନରେ ଅର୍ଥ ଖର୍ଚ୍ଚ କରାଯାଏ, ସମ୍ପାଦକଙ୍କଠାରୁ ତାହାକୁ ରିକୋଭରୀ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ୨୦୧୯-୨୦ ମସିହାଠାରୁ ଆଜି ପର୍ଯ୍ୟନ୍ତ କର୍ମଚାରୀମାନେ ବେଆଇନ ଭାବେ ନେଇଥିବା ବୋନସ ଅନିୟମିତତା ସମ୍ପର୍କରେ ଓସିଏ ଆକ୍ଟ ସେକ୍କନ ୬୫ ଅନୁଯାୟୀ ତଦନ୍ତ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ବ୍ୟାଙ୍କ ପରିଚାଳନା ପରିଷଦକୁ ସମ୍ପାଦକଙ୍କ ଅସହଯୋଗ ଏବଂ ମନମାନୀ ନେଇ ଆଲୋଚନା ପରେ ତୁରନ୍ତ ରାଜ୍ୟ ସମବାୟ ବିଭାଗ ତାଙ୍କୁ ନୟାଗଡ଼ରୁ ନିଲମ୍ବନ କରି ହଟାଇବାକୁ ପ୍ରସ୍ତାବ ଗୃହିତ ହୋଇଛି । ତାଙ୍କ ବିରୁଦ୍ଧରେ କରାଯାଇଥିବା ଚାର୍ଜ୍ଜଫ୍ରେମକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ପାରିତ ହୋଇଛି ।

ପୂର୍ବ ପରିଚାଳନା ପରିଷଦ ବୈଠକରେ ବ୍ୟାଙ୍କ କର୍ମଚାରୀ ସସ୍ମିତା ଦାଶ ଏବଂ ମୃତ୍ୟୁଞ୍ଜୟ ବେହେରାଙ୍କୁ ନିଲମ୍ବନ ପାଇଁ ପ୍ରସ୍ତାବ ପାରିତ ହୋଇଥିବା ବେଳେ ସାଧାରଣ ସଭା ଏହାକୁ ସମର୍ଥନ ଦେଇଛି । ତୁରନ୍ତ ଦୁଇ କର୍ମଚାରୀଙ୍କୁ ନିଲମ୍ବନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ସଦସ୍ୟମାନେ ମତ ଦେଇଛନ୍ତି । ବୈଠକରେ ବ୍ୟାଙ୍କ ପରିଚାଳନା ପରିଷଦ ଉପସଭାପତି ମୈାସୁମୀ ସାହୁ, ଓଡ଼ିଶା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ, ପରିଚାଳନା ପରିଷଦ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ବେହେରା, ନିତ୍ୟାନନ୍ଦ ପ୍ରଧାନ, ମହେଶ୍ୱର ବେହେରା, ମାଧବ ଚନ୍ଦ୍ର ସାହୁ, ମନୋଜ କୁମାର ନାୟକ, ଉପେନ୍ଦ୍ର କୁମାର ସାହୁ, ପ୍ରଦୀପ ବେହେରା, ସଞ୍ଜୟ ଖୁଣ୍ଟିଆ, ସୂର୍ଯ୍ୟନାରାୟଣ ସାହୁ, ସୁରପ୍ରିୟା ମହାନ୍ତି, ବାସନ୍ତି ରାଉତ, ସୂର୍ଯ୍ୟମଣୀ ସ୍ୱାଇଁ ପ୍ରମୂଖ ସାମିଲ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!