ନୟାଗଡ଼,(ବାଘୁଆବାର୍ତ୍ତା): ଦିନ ଦ୍ୱିପ୍ରହରେ ବ୍ୟାଙ୍କ ଭିତରେ ପସି ବନ୍ଧୁକ ଦେଖାଇ ଦେଢ଼ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ଗୋଡ଼ିବନ୍ଧ ଅଞ୍ଚଳରେ । ସୂଚନାନୁସାରେ, କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ଅଞ୍ଚଳରେ ଥିବା କାନାରା ବ୍ୟାଙ୍କରେ ଆଜି ଅପରାହ୍ଣ ସମୟରେ ବ୍ୟାଙ୍କ ଭିତରକୁ କିଛି ମୁଖା ପିନ୍ଧା ଲୁଟେରା ବନ୍ଧୁକ ଦେଖାଇ ଭିତରକୁ ପଶିଥିଲେ । ବ୍ୟାଙ୍କ ଭିତରେ ଥିବା କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରାଇ ଦେଢ଼ ଲକ୍ଷରରୁ ଉର୍ଦ୍ଧ ଟଙ୍କା ଲୁଟିନେଇଥିବା କାନପୁର ଥାନାରେ ଅଭିଯୋଗ ହୋଇଛି । ତେବେ କାନପୁର ପୁଲିସ ଖବର ପାଇବା କ୍ଷଣି ବ୍ୟାଙ୍କରେ ପହଞ୍ôଚ ତନାଘନା ଆରମ୍ଭ କରିଛି । ତେବେ ୩ ଜଣ ଲୁଟେରା ଚମ୍ପଟ ମାରିଥିବା ଜଣାପଡିଛି ।





