ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ବିହାର ଅଞ୍ଚଳର ଦୁଇ ଫ୍ରଡ ଲୁଟେରାଙ୍କୁ ବାନ୍ଧିଛି ନୟାଗଡ଼ ଟାଉନ ଥାନା ପୁଲିସ । ଜଣେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ୩ ଲକ୍ଷ ଟଙ୍କା ଲୋନ କରାଇ ଦେବାକୁ କହି ବିଭିନ୍ନ ସମୟରେ ୪୯ ହଜାର ୭୦୨ ଟଙ୍କା ଲୁଟ କରିଥିଲେ । ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍ୟଙ୍କ ନିର୍ଦ୍ଦେଶ କ୍ରମେ ଓ ନୟାଗଡ଼ ଏସଡିପିଓ ନେତୃତ୍ୱରେ ନୟାଗଡ଼ ଟାଉନ ଥାନା ଆଇଆଇସି ଦିଗବିଜୟୀ ବିଶ୍ୱାଳ ବିହାର ରାଜ୍ୟ ଗୟା ଅଞ୍ଚଳରୁ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ଠାରୁ ୫ ଗୋଟି ମୋବାଇଲ ଜବତ କରିବା ସହ ସେମାନଙ୍କ ଆକାଉଣ୍ଟରେ ଥିବା ୫୭ ହଜାର ଟଙ୍କାକୁ ଫ୍ରିଜ କରାଯାଇଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ନୟାଗଡ଼ ଆଡିସ୍ନାଲ ଏସପି ସୁବାଷ ଚନ୍ଦ୍ର ପଣ୍ଡା, ଏସଡିପିଓ ସ୍ନେହାସିସ ସାହୁ ଓ ନୟାଗଡ଼ ଟାଉନ ଥାନା ଆଇଆଇସି ଦିଗବିଜୟୀ ବିଶ୍ୱାଳ । ସୁଚନାନୁସାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଲାବାଇ ଗ୍ରାମର ଶୁଭଶ୍ରୀ ଶୁଭଶ୍ମିତା ବେହେରା ନୟାଗଡ଼ ଆକ୍ସିସ ବ୍ୟାଙ୍କର କର୍ମଚାରୀ ସେ ଗତ କିଛି ଦିନ ତଳେ ଫେସବୁକ ମାଧ୍ୟମରେ ଗୋଟିଏ ଅନୁଷ୍ଠାନ ଲୋନ ଦେବ ବୋଲି ବିଜ୍ଞାପନ ଛାପିଥିଲା । ଶୁଭଶ୍ରୀ ଫେସବୁକରେ ଯାଇ ଲଟେରା ମାନଙ୍କ ସହିତ ଯୋଗାଯୋଗରେ ଆସିଥିଲେ । ୩ ଲକ୍ଷ ଟଙ୍କା ଲୋନ କରାଇଦେବାକୁ କହି ୪୯ ହଜାର ୭୦୨ ଟଙ୍କା ଲୁଟେରା ମାନେ ଲୁଟି ନେଇଥିଲେ । ହେଲେ କୌଣସି ଲୋନ ହୋଇ ନଥିଲା । ସେ ଗତ ୧୧ ତାରିଖରେ ନୟାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଟାଉନ ଥାନା ପକ୍ଷରୁ ୧୬୧/୨୩ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିଲା । ଗୋଟିଏ ଟିମ ବିହାରର ଗୟା ଅଞ୍ଚଳକୁ ଯାଇ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ନୟାଗଡ଼ ଟାଉନ ଥାନା ପୁଲିସ । ବିହାରର ଗୟା ଜିଲ୍ଲା ଆଲ୍ଲିପୁର ଥାନା ଏଥୋରି ଗ୍ରାମର ରାକେଶ କୁମାର ଓ ଆଲିପୁର ଥାନା ଏଥୋରି ଗ୍ରାମର ମନିଶ କୁମାରକୁ ଗିରଫ କରିଥିଲା ପୁଲିସ । ଉଭୟଙ୍କୁ ଆଜି କୋର୍ଟ ଫରୁୱାର୍ଡ କରାଯାଇଛି ।






