Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

RBI ଭୁବନେଶ୍ୱର ଶାଖାରୁ ଚୋରି, କ୍ୟାମେରା ଖୋଲିଲା ଗୁମର

by ସଞ୍ଜୟ ସ୍ୱାଇଁ
December 22, 2022
in Crime, State
RBI ଭୁବନେଶ୍ୱର ଶାଖାରୁ ଚୋରି, କ୍ୟାମେରା ଖୋଲିଲା ଗୁମର
308
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଘଟଣା ଦେଖିବାକୁ ମିଳିଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଭୁବନେଶ୍ୱର ଶାଖାରୁ ଚୋରି ହୋଇଥିବା ନେଇ ଗୁରୁତର ଅଭିଯୋଗ ଆସିଛି । ତେବେ ଆରବିଆଇ ଟଙ୍କା ରଖିବାର ସବୁଠାରୁ ନିରାପଦ ସ୍ଥାନ ବୋଲି କୁହାଯାଇଥାଏ । ମାତ୍ର ଆରବିଆଇରୁ ଚୋରି ହେବା ଖବର ଏବେ ରାଜଧାନୀବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଚୋରି ପଛରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ହାତ ରହିଥିବା ଜଣାପଡ଼ିଛି । ସୂଚନା ମୁଦାବକ, ଆରବିଆଇ ଅଫିସ ଭିତରକୁ ପଶିବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଅନେକ ପ୍ରକାରର ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମାତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ପରେ ବି କିପରି ଚୋରି ହେଲା ସେନେଇ ତନାଘନା ଆରମ୍ଭ ହୋଇଥିଲା । ତେବେ ଆରବିଆଇରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ନେବା ପାଇଁ ଗଣା ଚାଲିଥିବା ସମୟରେ ୨୦ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା । ପରେ ଟଙ୍କା ଚୋରି ସମ୍ପର୍କରେ ଆରବିଆଇ ଆସିଷ୍ଟାଣ୍ଟ ଜିଏମ ଖାରବେଳ ନଗର ଥାନାରେ ଅଭିଯୋଗ ଦାୟର କରିଥିଲେ । ତେବେ ପରେ ପୋଲିସ ପକ୍ଷରୁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା । ଏହି ଟଙ୍କା ଚୋରି ପଛରେ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା । ଗତ ୧୭ ତାରିଖରେ ସେ ଆରବିଆଇର ଟ୍ରେଜେରୀ ଦାୟିତ୍ୱ ରହିବା ସହ ଟଙ୍କା ଗଣି ଅନ୍ୟ ବ୍ୟାଙ୍କକୁ ପଠାଉଥିଲେ । ଉକ୍ତଦିନ କେହି ନଥିବାର ସୁଯୋଗ ନେଇ ସେ ୨୦ ହଜାର ଟଙ୍କା ହାଇ ସିକ୍ୟୁରିଟି ରୁମରୁ କାଢ଼ି ନେଇଥିଲେ । ସେ ଟଙ୍କା କାଢ଼ି ନିଜ ପକେଟରେ ରଖିଥିବା କ୍ୟାମେରାରେ ଦେଖାଯାଇଥିଲା । ପ୍ରଥମେ ସେ ଏହାକୁ ଅଗ୍ରାହ୍ୟ କରିଥିଲେ ହେଁ ଲୋଭରେ ପଡ଼ି ଚୋରି କରିଥିବା ପରେ ମାନିଯାଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!